ସଟର ଭାଙ୍ଗି ନେଇଗଲେ ୮.୭୬ ଲକ୍ଷ

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ): ରାତି ଅଧରେ ଚାରିଜଣ ଆସିଲେ । ସଟର୍ ଭାଙ୍ଗି ପଶିଲେ । ୩୭ ମିନିଟ୍ରେ ଲୁଟିନେଲେ ୮.୭୬ ଲକ୍ଷ ଟଙ୍କା । ବ୍ରହ୍ମପୁର ସହରରେ ପୁଣି ସକ୍ରିୟ ହୋଇଛନ୍ତି ଲୁଟେରା । ଶରଧାବାଲିସ୍ଥିତ ଦୁଇଚକିଆ ଗାଡ଼ି ସୋ’ ରୁମ୍ ବାଜପାୟୀ ବଜାଜ୍ରୁ ହୋଇଛି ବଡ଼ଧରଣର ଚୋରି । ଦୁର୍ବୃତ୍ତ ନେଇଗଲେ ୮ଲକ୍ଷ ୭୬ ହଜାର ଟଙ୍କା । ସୋ’ରୁମ୍ ମାଲିକ ଆଲୋକ ସୁନ୍ଦର ବାଜପେୟୀଙ୍କ ଅଭିଯୋଗ ପ୍ରକାରେ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ ହୋଇଛି । ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି କିଛି ଫିଙ୍ଗରପ୍ରିଣ୍ଟ ପାଇଥିବା ବେଳେ ଅନୁସନ୍ଧାନୀ କୁକୁର ମଧ୍ୟ କିଛି ସୁରାକ୍ ଯୋଗାଇଛି । ସୋ’ରୁମ ମାଲିକ ଓ କର୍ମଚାରୀଙ୍କ ବୟାନ ରେକର୍ଡ କରିଛି ପୁଲିସ । ଅନ୍ୟପକ୍ଷରେ ଚୋରିରେ ସଂପୃକ୍ତ ଅଭିଯୁକ୍ତ ଖୁବ୍ଶୀଘ୍ର ଧରାପଡ଼ିବେ ପୁଲିସ କହିଛି । ଚୋରଙ୍କ ଗତିବିଧି ସିସିଟିଭି ଫୁଟେଜ୍ରେ କଏଦ୍ ହୋଇଛି । ଚୋରିରେ ୪ଜଣ ସଂପୃକ୍ତ ରହିଥିବା ପୁଲିସ ଫୁଟେଜ୍ରୁ ସୁରାକ୍ ପାଇଥିବା ଜଣାଯାଇଛି ।
ବୁଧବାର ସକାଳ ୮ଟାରେ ସୋ’ରୁମ୍ ଖୋଲିବାକୁ କର୍ମଚାରୀମାନେ ଆସିଥିଲେ । ଏଠାରେ ପୂର୍ବରୁ ସଟର ତାଲା ଖୋଲା ଥିଲା । ସଟର ଖୋଲି ଭିତରକୁ ଯିବା ବେଳେ ସବୁ ଜିନିଷ ଏଣେତେଣେ ହୋଇପଡ଼ିଥିବା କର୍ମଚାରୀମାନେ ଦେଖିଥିଲେ । କର୍ମଚାରୀମାନେ ମାଲିକ ଆଲୋକ ସୁନ୍ଦରଙ୍କୁ ଜଣାଇବା ପରେ ସେ ଆସି ପୁଲିସକୁ ସୂଚନା ଦେଇଥିଲେ । ବୈଦ୍ୟନାଥପୁର ପୁଲିସ୍ ଟିମ୍ ପହଞ୍ଚିଥିଲେ । ଆଲୋକଙ୍କ ଡ୍ର’ରେ ଥିବା ୮ ଲକ୍ଷ ୬୦ ହଜାର ଟଙ୍କା ଏବଂ ଆକାଉଣ୍ଟଙ୍କ ଡ୍ର’ରେ ଥିବା ୧୬ ହଜାର ୨ ଶହ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ରାତି ୯ଟାରେ ସୋ’ରୁମ୍ ବନ୍ଦ ହୋଇଥିବା କହିଛନ୍ତି ମାଲିକ ଆଲୋକ ସୁନ୍ଦର ।
ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ବିଭିନ୍ନ ଜାଗାରୁ ଚୋରଙ୍କ ଫିଙ୍ଗରପ୍ରିଣ୍ଟ ଓ ଫୁଟ୍ ପ୍ରିଣ୍ଟ ପାଇଥିଲା । ପରେ ପରେ ଅନୁସନ୍ଧାନୀ କୁକୁର ଷ୍ଟର୍ମ ପହଞ୍ଚିଥିଲା । ଷ୍ଟର୍ମ ଜରିଆରେ ଚୋରଙ୍କ ଗତିବିଧି ଉପରେ ସୁରାକ୍ ପାଇଥିଲା ପୁଲିସ । ସୋ’ରୁମ୍ରୁ ଚୋରି କରିବା ପରେ ଦୁର୍ବୃତ୍ତ ପାଶ୍ୱର୍ରେ ଥିବା ଏକ ରାସ୍ତା ଦେଇ ଟ୍ରେନ୍ ଲାଇନ୍ ପାର ହୋଇ ଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି । ସିସିଟିଭି ଫୁଟେଜ୍ ପ୍ରକାରେ ମଙ୍ଗଳବାର ରାତି ୧ଟା ୪୩ରେ ଦୁଇଜଣ ଦୁର୍ବୃତ୍ତ ସୋ’ରୁୁମ୍ ସଟର୍ ତାଲା ଭାଙ୍ଗି ଭିତରେ ପଶିଥିଲେ । ସେମାନେ ସବୁ ଟେବୁଲ୍ ଡ୍ର’ ଖୋଲି ଯାହା ମିଳିଥିଲା ବ୍ୟାଗ୍ରେ ପୁରାଇ ନେଇଆସିଥିଲେ । ଜଣେ ରୁମାଲ୍ ଓ ଆଉଜଣେ ଚଦର ମୁହଁରେ ଗୁଡ଼ାଇ ଦେଇଥିଲେ । ସେମାନଙ୍କୁ ବାହାରେ ଆଉ ଦୁଇଜଣ ଅପେକ୍ଷା କରି ଅନ୍ୟମାନଙ୍କ ଗତିବିଧି ଉପରେ ନଜର ରଖୁଥିଲେ । ରାତି ୨ଟା ୨୦ରେ ସେମାନେ ସୋ’ରୁମ୍ରୁ ବାହାରି ପଳାଇଥିôବା ସିସିଟିଭି ଫୁଟେଜ୍ରେ କଏଦ୍ ହୋଇଛି ।
ସୂଚନାଯୋଗ୍ୟ, ୨୦୨୦ ଡିସେମ୍ବର ୨୦ ରାତିରେ ଖୋଡ଼ାସିଙ୍ଗି ଭେସ୍ପା ସୋ’ରୁମ୍ରୁ କିଛି ଦୁର୍ବୃତ୍ତ ୩ ଲକ୍ଷ ଟଙ୍କା ଚୋରି କରିଥିଲେ । ପୁଲିସ ଏହି ଘଟଣାରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଭେସ୍ପା ସୋ’ରୁମ୍ରୁ ମାତ୍ର ଶହେ ମିଟର ଦୂରରେ ରହିଛି ବଜାଜ୍ ସୋ’ରୁମ୍ । କିଛି ମାସର ବ୍ୟବଧାନ ପରେ ଆଉ ଏକ ସୋ’ରୁମ୍ରୁ ଚୋରି ହୋଇଥିବାରୁ ପୁରୁଣା ଗ୍ୟାଙ୍ଗ୍ର ସଂପୃକ୍ତି ଥିବା ପୁଲିସ ସନେ୍ଦହ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons