ସମ୍ବଲପୁର : ଅଇଁଠାପାଲି ଥାନା ଅନ୍ତର୍ଗତ ପାଞ୍ଚଗୋଛିଆ ଛକରେ ଏକ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାର ଜଣା ପଡିଛି | ବାଇକରେ ଯାଉଥିବା ବେଳେ ଏକ କାର ତାଙ୍କୁ ଧକ୍କା ଦେବାରୁ ସେମାନଙ୍କର ମୃତ୍ୟୁ ଘଟୁିଥିବାର ଜଣା ପଡିଛି | ମୃତକ ହେଲେ ଠେମରାର ପ୍ରଭାତ ସାହୁ ଏବଂ ଡକରାର କମଳିନି ସାହୁ | ତେବେ ଉଭୟ ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ ବୋଲି ଜଣା ପଡିଛି | ରେମେଡ ଛକରୁ ଅଇଁଠାପାଲି ଛକକୁ ଆସୁଥିବେବ ବେଳେ ଏହି ଦୁର୍ଘଟଣା ଘଟିଥିଲା | ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବାବ କାରରେ ନିଆଁ ଲଗାଇ ଦେଇଥିଲେ | ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ଶାନ୍ତ କରିଥିଲେ |
Comments are closed, but trackbacks and pingbacks are open.