ସମବାୟ ବ୍ୟାଙ୍କ ରୁଣ ଦୁର୍ନିତି ଅଭିଯୋଗର ତଦନ୍ତ ଆରମ୍ଭ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍) ଆଦଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଥିବା କୋରାପୁଟ ସମବାୟ ବ୍ୟାଙ୍କ ଓ ଲ୍ୟାମ୍ପସ ଗୁଡିକରେ ଚାଷୀଙ୍କୁ ରୁଣ ଦେଣ ନେଣ କାରବାରରେ ଦୁର୍ନିତି ହେଉଥିବାର ଅଭିଯୋଗ ପାଇ ଏସଆଇଟି ଟିମ ତଦନ୍ତ ଆରମ୍ଭ କରିଦେଇଛନ୍ତି । ମାଲକାନଗିରି କେସିସି ବ୍ୟାଙ୍କ ଅଧିନରେ ଥିବା ଶିଖପାଲି ଲ୍ୟାମ୍ପ୍ସ ପକ୍ଷରୁ ୯୧ଜଣ ଚାଷୀଙ୍କୁ ଚାଷରୁଣ ଦେବା ବାବଦକୁ ଲକ୍ଷାଧିକ ଟଙ୍କାର ଆତ୍ମସାତ ହୋଇଥିବାର ଉକ୍ତଲ୍ୟାମ୍ପ୍ସର ପୁବ ର୍ତନ ନିର୍ଦ୍ଧଶେକ,ପରିଚାଳକ ଙ୍କ ଅଭିଯୋଗ କ୍ରମେ କୋରାପୁଟ କେନ୍ଦ୍ରୀୟ କୋପରେଟିଭ ବ୍ୟାଙ୍କ ପକ୍ଷରୁ ସ୍ୱତନ୍ତ୍ର ଏସଆଇଟି ଟିମ ଗଠନ କରାଯାଇ ଏହାର ତଦନ୍ତ ଆରମ୍ଭ ହୋଇଛି । ରବିବାର ଦିନ ଏହି ଟିମର ଅତିରିକ୍ତ ପରିଚାଳକ ଏଚଆରଏମଡି ଓଜିଏ ଶାଖାର ସୁଶାନ୍ତ କୁମାର ମହାନ୍ତି,ଅତିରିକ୍ତ ପରିଚାଳକ ମନୋଜକୁମାର ସାହୁ,ରୁଣ ଓ ଆଗ୍ରୀମ ଦାଇତ୍ୱରେ ଥିବା ଅତିରିକ୍ତ ପରିଚାଳକ ଜୟ ପ୍ରଦୀପ ପଟନାୟକ ପ୍ରମୁଖ ୪ଜଣିଆ ଟିମ ମାଲକାନଗିରି ଜିଲ୍ଲାଗସ୍ତ କରି କେସିସି ବ୍ୟାଙ୍କରୁ ଚାଷୀମାନଙ୍କ ତାଲିକା ସଂଗ୍ରହ କରି ଶିଖପାଲି ଲ୍ୟାମ୍ପସ କୁ ଯାଇ ତଦନ୍ତ କରିଥିଲେ । ଶିଖପାଲି, ପୋଟରୁ,ବଦଲି,ସୁମସାପାଲି,ତଣ୍ଡାପାଲି,ଏମଭି୧୬,ଅଚଂଳର ଚାଷୀମାନଙ୍କୁ ଭେଟି ସେମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛନ୍ତି । ଆସନ୍ତା ସପ୍ତାହକ ମଧ୍ୟରେ ମାଲକାନଗିରି କେସିସି ବ୍ୟାଙ୍କର ନଥିପତ୍ର ଯାଜଂକରାଯିବ ବୋଲି ବ୍ୟାଙ୍କ ସୁତ୍ରରୁ ଜଣାପଡିଛି । ଏ ସଂପର୍କରେ ମାଲକାନଗିରି କେସିସି ବ୍ୟାଙ୍କ ପରିଚାଳକ ସୁରେନ୍ଦ୍ରକୁମାର ନାୟକ ଙ୍କ ସହିତ ଯୋଗା ଯୋଗ କରିବାରୁ ସେ କହିଛନ୍ତି ଚାଷୀରୁଣ ବାବଦରେ ବ୍ୟାଙ୍କ ରେ କୌଣସି ଦୁର୍ନିତି ହୋଇନାହିଁ,ଚାଷୀମାନଙ୍କୁ ଠିକ ଭାବେ ରୁଣ ପ୍ରଦାନକରାଯାଇଛି । ଅଭିଯୋଗ କ୍ରମେ ଏହାର ତଦନ୍ତ ଚାଲିଛି, ଆସନ୍ତା ସପ୍ତାହ ମଧ୍ୟରେ ଏସଆଇଟି ଟିମ ମାଲକାନଗିରି କେସିସି ବ୍ୟାଙ୍କକୁ ପରିଦର୍ଶନ କରି ନଥିପତ୍ର ଜାଚଂକରିବାର କାର୍ଯ୍ୟକ୍ରମ ରହିଛି,ଠିକ ଭାବେ ତଦନ୍ତ କଲେ ପ୍ରକୃତ ଘଟଣା ଜଣାପଡିବ ବୋଲି ବ୍ୟାଙ୍କ ପରିଚାଳକ ଶ୍ରୀ ନାୟକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons