ରାୟଗଡା: ସିଙ୍ଗାପୁର ରୋଡ ଏବଂ କେଉଟଗୁଡା ଷ୍ଟେସନ ନିକଟରେ ସମଲେଶ୍ୱରୀ ଏକ୍ସପ୍ରେସ ଏବଂ ଏକ ଟାୱାର କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଟାୱାର କାର ରେ ଥିବା ୭ ଜଣ ରେଳ କର୍ମଚାରୀ ମାନଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ସମଲେଶ୍ୱରୀ ଟ୍ରେନର ଡ୍ରାଇଭର ଏବଂ ସହକାରୀ ଡ୍ରାଇଭର ଦୁର୍ଘଟଣା ହେବା ପୂର୍ବରୁ ଟ୍ରେନରୁ ଡେଇଁ ପଡିବା ଯୋଗୁଁ ଡ୍ରାଇଭର ସଂଜିବ ରାଓ ଗୁରୁତର ଭାବେ ଆହତ ହୋଇଥିଲେ । ଏହାର ଉଚ୍ଚସ୍ତରୀୟ ତଦନ୍ତ ସକାଶେ କୋଲକାତାସ୍ଥିତ ବେସାମରିକ ବିଭାଗର ନିରାପତା ଆୟୁକ୍ତ ଆର.କେ.ଶର୍ମା ନେତୃତ୍ୱରେ ଏକ ଟିମ ଗତ ୨୮ ତାରିଖରେ ରାୟଗଡା ପହଂଚି ପ୍ରଥମ ପର୍ୟ୍ୟାୟ ତଦନ୍ତ ସାରି ଯାଇଥିବା ବେଳେ ଗତ ସପ୍ତାହରେ ବିଶାଖାପାଟଣା ଡିଭିଜନର ଅତିରକ୍ତ ଡିଆରଏମ ଅକ୍ଷୟ କୁମାର ସକ୍ସନାଙ୍କ ନେତୃତ୍ୱରେ ୮ ଜଣିଆ ଟିମ ସିଙ୍ଗାପୁର ରୋଡ ଷ୍ଟେସନ, ଦୁର୍ଘଟଣାସ୍ଥଳ ଏବଂ କେଉଟଗୁଡା ଷ୍ଟେସନକୁ ଯାଇ ତଦନ୍ତକରି ଫେରିଛନ୍ତି । ତେବେ ଆଜି ପୁଣି ଥରେ କୋଲକାତାସ୍ଥିତ ବେସାମରିକ ବିଭାଗର ନିରାପତା ଆୟୁକ୍ତ ଆର.କେ.ଶର୍ମା ନେତୃତ୍ୱରେ ଏକ ଟିମ ସହିତ ପୂର୍ବତଟ ରେଳ ବିଭାଗର ମୁଖ୍ୟ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ଟ୍ରାଫିକ ଅଫିସର ବି.କେ.ପାଢୀ ଦୁତିୟ ପର୍ୟାୟ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନରେ ରାୟଗଡ଼ାରେ ପହଁଚି ପ୍ରଥମେ ସ୍ଥାନିୟ ଅଧିକାରିଙ୍କ ସହିତ ଆଲୋଚନା କରିଥିଲେ । ପରେ ଶ୍ରୀ ଶର୍ମା ଦୁର୍ଘଟଣା ସ୍ଥଳ ପହିଂଚ ସ୍ଥିତି ନିରୀକ୍ଷଣ କରିବା ସହ କେଉଟଗୁଡା ଷ୍ଟେସନ ମାଷ୍ଟରଙ୍କ କାର୍ୟାଳୟରେ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ସେଠାରେ ସେଦିନ ଡ଼୍ରୁଟିରେ କର୍ମଚାରୀ ଏବଂ ଷ୍ଟେସନର ସମସ୍ତ କର୍ମଚାରିଙ୍କଙ୍କୁ ପୃଥକ ପୃଥକ ଭାବେ ଡ଼ାକି ତଦନ୍ତ କରିଥିଲେ । ପରେ ସିଗନାଲ ରୁମ ପରିଦର୍ଶନ କରିଛନ୍ତି ।
Comments are closed, but trackbacks and pingbacks are open.