ସମସ୍ୟା ସୁଧାରିବାକୁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

Get real time updates directly on you device, subscribe now.

ଯାଜପୁର,(ବି.ବି.ନୁ୍ୟଜ): ମହାମାରୀ କରୋନା ଯୋଗୁ ଘରୋଇ ବସ୍ ମାଲିକଙ୍କର ବହୁ କ୍ଷତି ହୋଇଛି । ରାଜ୍ୟ ସରକାର ସର୍ବଦା ଘରୋଇ ବସ୍ ମାଲିକଙ୍କ ଅସୁବିଧାକୁ ଗୁରୁତ୍ୱ ଦେଉଛନ୍ତି । ଆଗାମୀ ଦିନରେ ମଧ୍ୟ ବସ୍ ମାଲିକଙ୍କର ଯାହା ସବୁ ସମସ୍ୟା ରହିଛି ସେଗୁଡ଼ିକୁ ଦୂର କରାଯିବାକୁ ପ୍ରୟାସ କରାଯିବ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଅଧିବେଶନରେ ଯୋଗ ଦେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମତବ୍ୟକ୍ତ କରିଛନ୍ତି । ଘରୋଇ ବସ୍ ମାଲିକ ସଂଘ ସଭାପତି ଲୋକନାଥ ପାଣିଙ୍କ ଅଧ୍ୟକ୍ଷତାରେ ଅନୁÂିତ ଅଧିବେଶନରେ ଉଦ୍ଘାଟକ ଭାବେ ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀ ବେହେରା ଯୋଗ ଦେଇଥିଲେ । ଏହି ଅବସରରେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଦାବିଗୁଡ଼ିକୁ ଆଲୋଚନା କରାଯାଇ ଖୁବ ଶୀଘ୍ର ସମାଧାନ କରାଯିବ ବୋଲିି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି । କାର୍ଯ୍ୟକ୍ରମରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ ଘରୋଇ ବସ୍ ମାଲିକ ସଂଘ ଯେଉଁ ଦାବି ଉପସ୍ଥାପନ କରିଛି ସେ ସମ୍ପର୍କରେ ମନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯାଜପୁର ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ କର୍ଣ୍ଣାଟକେଶରୀ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଥିଲେ ଯେ, ଘରୋଇ ବସ୍ ମାଲିକ ମହାମାରୀ କରୋନା ପରେ ଦୁର୍ଦ୍ଧିନରେ କାଳ କାଟୁଛନ୍ତି । ମହାମାରୀ କରୋନା ସମୟରେ ଦୀର୍ଘ ମାସ ଧରି ଗାଡ଼ି ଛିଡ଼ା ହୋଇ ରହିଥିବା ବେଳେ ବ୍ୟାଙ୍କ ଋଣ ପରିଶୋଧ ଓ ଟ୍ୟାକ୍ସ ନେଇ ମାଲିକ ଦୁର୍ଦ୍ଧିନରେ ପଡ଼ଛିନ୍ତି ।
ଅପରାହ୍ଣ କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ, ସହ କୋଷାଧ୍ୟକ୍ଷ ଅଜୟ କୁମାର ବାରିକ, ମୁଖପାତ୍ର ଦେବାଶିଷ ନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଯାଜପୁର ଘରୋଇ ବସ୍ ମାଲିକ ସଂଘର କୋଷାଧ୍ୟକ୍ଷ ପାର୍ବତୀ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ସହ କୋଷାଧ୍ୟକ୍ଷ ଅଜୟ କୁମାର ବାରିକ, ମୁଖପାତ୍ର ଦେବାଶିଷ ନାୟକ ପ୍ରମୁଖ ଯୋଗଦେଇ ଘରୋଇ ବସ୍ ମାଲିକଙ୍କର ବିଭିନ୍ନ ଅସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ । ରାଜ୍ୟର ୧୧ଟି ଜୋନରୁ ଉପସଭାପତି ଓ ସାଧାରଣ ସମ୍ପାଦକ ଯୋଗ ଦେବା ସହିତ ବିଭିନ୍ନ ଘରୋଇ ବସ୍ ମାଲିକ ରାଜ୍ୟସ୍ତରୀୟ ବସ୍ ମାଲିକ ସଂଘର ଅଧିବେଶନରେ ଯୋଗ ଦେଇଥିଲେ । ଯାଜପୁରର ପରିବେଶକୁ ଦେଖି ସେମାନେ ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ଏହି ଅଧିବେଶନ ଯାଜପୁରରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ । ଶେଷରେ ଅଶୋକ ନାଥଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଇକବାଲ୍ ଅଲ୍ଲୀ ଖାଁଙ୍କ ସମେତ ବହୁ ଘରୋଇ ମାଲିକ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons