ବଲାଙ୍ଗିର,(ବି.ବି.ନୁ୍ୟଜ): ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ କୁଟାସିଂହା ଜଙ୍ଗଲରେ ୨ ଜଣ ସଶସ୍ତ୍ର ଡକାୟତ ଧରାପଡ଼ିଛନ୍ତି । ଗ୍ରାମବାସୀ ଓ ପୁଲିସ ମିଶି ଦୁଇଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟ ୨ ଦୁର୍ବୃତ୍ତ ଫେରାର ହୋଇଛନ୍ତି । ଲୋଇସିଂହା ପୁଲିସ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନାମତେ, କୁଶଙ୍ଗ ଗ୍ରାମର ଜନରଞ୍ଜନ ନାଏକ ଓ ଭାଇ ଜ୍ୟୋତି ରଞ୍ଜନ ନାଏକ ଏକ ସ୍କୁଟିରେ ପୂର୍ବାହ୍ନ ସାଢେ଼ ୯ଟାରେ ଝାରମୁଣ୍ଡା ଜନସେବାକେନ୍ଦ୍ରକୁ ଯାଉଥିଲେ । ଆମପାଲି ଛକରେ ୫ଜଣ ଦୁର୍ବୃତ୍ତ ୨ଟି ବାଇକରେ ଆସି ଦୁଇଭାଇଙ୍କୁ ଧକ୍କାଦେଇ ପିସ୍ତଲ ଦେଖାଇ ତାଙ୍କ ଠାରୁ ଲାପଟପ ଓ ୩୫ ହଜାର ଟଙ୍କା ଛଡାଇ ନେଇ ଲୋଇସିଂହା ଅଭିମୁଖେ ଫେରାର ହୋଇଥିଲେ । ଏହାପରେ ଦୁଇଭାଇ ତୁରନ୍ତ ବଲାଙ୍ଗିର ପୁଲିସକୁ ଖବର ଦେଇଥିଲେ । ଏହାପରେ ବାଲଙ୍ଗୀର ପୁଲିସ ଲୋଇସିଂହା ଥାନାକୁ ଜଣାଇ ସତର୍କ କରାଇଥିଲା । ଫଳରେ ଲୋଇସିଂହା ପୁଲିସ ପକ୍ଷରୁ ନିକଟସ୍ଥ ସମସ୍ତ ଥାନା ଅଂଚଳକୁ ନାକାବନ୍ଦୀ କରିଥିଲେ । ଡକାୟତ ମାନେ ସାଲେଭଟା-କୁଟାସିଂହା ରାସ୍ତାରେ ପଳାଉଥିବା ବେଳେ କୁଟାସିଂହା ରେଳୱେ କ୍ରସିଂରେ ଫାଟକ ବନ୍ଦ ରହିଥିଲା । ଏଣୁ ସେମାନେ ଜଗୁଆଳିଙ୍କ ମୁଣ୍ଡରେ ପିସ୍ତଲ ଦେଖାଇ ଗେଟ ଖୋଲାଇ କୁଟାସିଂହା ଗ୍ରାମ ପଟକୁ ଫେରାର ମାରିଥିଲେ । ତେବେ ପୂର୍ବରୁ ପିଛା କରୁଥିବା ଲୋଇସିଂହା ପୁଲିସ ଓ କିଛି ଗ୍ରାମବାସୀଙ୍କ ସହ ଦୁର୍ବୃର୍ତ୍ତମାନେ କୁଟାସିଂହା ନିକଟରେ ମୁହାଁମୁହଁ ହୋଇଥିଲେ । ଫଳରେ ଡକାୟତମାନେ ପୁଲିସକୁ ପିସ୍ତଲ ଦେଖାଇ ଫେରାର ମାରିବାକୁ ଉଦ୍ୟମ କରିଥିଲେ । ହେଲେ ଗ୍ରାମବାସୀଙ୍କ ଢେଲାମାଡ ସହ ଚାରିପଟୁ ପୁଲିସ ଘେରିଯିବା ଯୋଗୁଁ ସେମାନେ ଆତ୍ମସମର୍ପଣ କରିଥିଲେ । ଡକାୟତଙ୍କ ସହ ପୁଲିସ ଓ ଗ୍ରାମବାସୀ ମଧ୍ୟରେ ଧସ୍ତାଧସ୍ତି ହୋଇ ଥିବା ଜଣାପଡିଛି । ଉକ୍ତ ଡକାୟତ ଦଳରେ ୫ଜଣ ସଦସ୍ୟ ରହିଥିବା ପ୍ରତ୍ୟକ୍ଷଦର୍ଶୀ କହୁଥିଲେ ମଧ୍ୟ ତାଙ୍କ ଗୋÂୀରେ ୪ଜଣ ଥିବା ଦୁର୍ବୃତ୍ତମାନେ ପ୍ରକାଶ କରିଥିଲେ ।
ଗିରଫ ୩ଜଣଙ୍କ ମଧ୍ୟରୁ ଜଣେ ଛତିଶଗଡ଼ ଅଂଚଳର ବୋଲି ଜଣାପଡିଥିବା ବେଳେ ଅନ୍ୟ ୨ ଜଣ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଅଂଚଳର । ଏଥିସହ ଫେରାର ଅଭିଯୁକ୍ତ ଝାରଖଣ୍ଡ ଅଂଚଳର ବୋଲି ଜଣାପଡିଛି । ଉକ୍ତ ୩ଡକାୟତଙ୍କୁ ଲୋଇସିଂହା ପୁଲିସ ଗିରଫ କରି ପଚରାଉଚରା ଜାରି ରଖିଛି । ଏନେଇ ବଲାଙ୍ଗୀର ଏସପି ଲୋଇସିଂହା ଥାନାକୁ ପହଞ୍ଚି ତଦନ୍ତ କରି ଫେରିଯାଇଥିବା ବେଳେ ଲୋଇସିଂହା ଆଇଆଇସି ଲଲିତା ଲାକ୍ରା ଘଟଣାର ତଦନ୍ତ କରୁଛନ୍ତି । ଏନେଇ କୌଣସି ଅଧିକ ସୂଚନା ଦେବାକୁ ପୁଲିସ ମନା କରିଛି ।
Comments are closed, but trackbacks and pingbacks are open.