ସାଢେ ୬ ଲକ୍ଷ ଲୁଟି ନେଲେ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନ୍ୟୁଜ୍): ଜନଗହଳିପୂର୍ଣ୍ଣ ପାନପୋଷ ରୋଡ଼ର ଶନି ମନ୍ଦିର ନିକଟରେ ଆଜି ସ୍ପଷ୍ଟ ଦିବାଲୋକରେ ଦୁଇ ଜଣ ଲୁଟେରା ଜଣେ ବୃଦ୍ଧଙ୍କ ପାଖରୁ ସାଢେ ୬ ଲକ୍ଷ ଟଙ୍କା ଲୁଟି ନେଇଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି । ସିଭିଲ ଟାଉନସିପ୍ କ୍ୱାର୍ଟର୍ସ ନଂ.ଜିଜି/୧୮ରେ ସାମଲ ବଦର୍ସ ନାମରେ ଏକ ଠିକା ସଂସ୍ଥା ରହିଛି । ଉକ୍ତ ସଂସ୍ଥାର ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ପୀତବାସ ପାତ୍ର ପ୍ରତିଦିନ ପାନପୋଷ ରୋଡ଼ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କର ସିଭିଲ ଟାଉନସିପ୍ ଶାଖାରୁ ଅଫିସ କାମ ପାଇଁ ୫୦ରୁ ୧ ଲକ୍ଷ ଟଙ୍କା ଉଠାଇ କାର୍ଯ୍ୟାଳୟକୁ ଆଣିଥାନ୍ତି । ଆଜି ଠିକା ସଂସ୍ଥାର କର୍ମଚାରୀମାନଙ୍କୁ ଦରମା ଦେବା ଲାଗି ଶ୍ରୀ ପାତ୍ର ଉକ୍ତ ବ୍ୟାଙ୍କରୁ ନଗଦ ୬ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ଚାଲିଚାଲି କାର୍ଯ୍ୟାଳୟକୁ ଯାଉଥିଲେ । ସ୍ଥାନୀୟ ଶନି ମନ୍ଦିର ନିକଟରେ ଦୁଇ ଜଣ ଯୁବକ ହଠାତ ଏକ କଳା ପଲସରେ ତାଙ୍କ ପାଖରେ ପହଞ୍ôଚ ଥିଲେ । ଶ୍ରୀ ପାତ୍ର ହାତରେ ଧରିଥିବା ଟଙ୍କା ଭର୍ତ୍ତି ବ୍ୟାଗ୍କୁ ଝାମ୍ପି ଥିଲେ । ମାତ୍ର ସେହି ଦୁଇ ଯୁବକଙ୍କ ସହ ଶ୍ରୀ ପାତ୍ର କିଛି ସମୟ ଧରି ସଂଘର୍ଷ କରିଥିଲେ । ହେଲେ ଶେଷରେ ଶ୍ରୀ ପାତ୍ରଙ୍କୁ ଦୁଇ ଯୁବକ ଧକ୍କା ମାରି ଟଙ୍କା ଭର୍ତ୍ତି ବ୍ୟାଗ୍କୁ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons