ସାତ ପୁଲିସ କର୍ମଚାରୀଙ୍କୁ କରୋନା

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲାରେ ଆଜି ଗୋଟିଏ ଦିନରେ ୫୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏକାଥରେ ଏତେ ସଂଖ୍ୟାର ଆକ୍ରାନ୍ତକୁ ନେଇ ଜିଲ୍ଲାବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ଆଜି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱ୍ୱାରେଣ୍ଟାଇନରେ ୩୮ଜଣ ଥିବା ବେଳେ ଅନ୍ୟ ୨୦ ଜଣ ଲୋକାଲ ବୋଲି ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ୭ ଜଣ କରୋନା ଯୋଦ୍ଧା ରହିଛନ୍ତି । ଏହି ଯୋଦ୍ଧାମାନେ ଧାମନଗର ଅଞ୍ଚଳର ପୁଲିସ କର୍ମଚାରୀ ବୋଲି ଜଣାପଡ଼ିଛି । ଏହି ଘଟଣା ପରେ ଏସ୍ପିଙ୍କ ନିଦେ୍ର୍ଧଶରେ ଧାମନଗର ଥାନାକୁ ୭ ଦିନ ପାଇଁ ସିଲ କରାଯାଇଛି । ଏହି ସମୟ ମଧ୍ୟରେ ଧାମନଗର ଥାନାର ସମସ୍ତ ଏଫ୍ଆଇଆର୍ ଆଦି ଭଣ୍ଡାରିପୋଖରୀ ଥାନାରେ ଗ୍ରହଣ କରାଯିବ । ଏଥତ୍ ସହିତ ଧାମନଗର ଥାନାକୁ ମଧ୍ୟ ସାନିଟାଇଜ କରାଯାଇଛି । ମିଳିଥି୍ବା ସୂଚନାନୁଯାୟୀ ୭ ପୁଲିସ କର୍ମଚାରୀ ଧାମନଗର ଥାନା ପୁଲିସ କଲୋନୀରେ ରହୁଥିଲେ ।
ଏମାନଙ୍କ ବ୍ୟତୀତ ୭ଜଣ ବାହାରିଛନ୍ତି ଚାନ୍ଦବାଲି ବ୍ଲକର ମାଧପୁର ଟିଏମ୍ସିରୁ, ଜଣେ ଭଣ୍ଡାରିପୋଖରୀ ବ୍ଲକର ଚିଙ୍ଗୁଡିପୁର ଜଗନ୍ନାଥ ହାଇସ୍କୁଲ ଟିମଏସି, ଜଣେ ପଶ୍ଚିମବଙ୍ଗ ଫେରନ୍ତା ଚରମ୍ପା ସ୍ଥିତ ହୋଟେଲ ଶଗୁନରେ ହୋମ୍ ପେଡ କ୍ୱାରେଣ୍ଟାଇନରେ ରହିଥି୍ବା ବେଳେ ଜଣେ ଭଦ୍ରକ ବ୍ଲକର ଇଚ୍ଛାପୁର ସ୍ଥିତ ବ୍ରହ୍ମପୁର ହାଇସ୍କୁଲ ଟିଏମ୍ସିର । ୭ଜଣ ବାହାରିଛନ୍ତି ବାସୁଦେବପୁର ବ୍ଲକ କରଞ୍ଜଆଡିଆ ସ୍କୁଲ ଟିଏମ୍ସିର, ଜଣେ ବାହାରିଛନ୍ତି ଧାମନଗର ବ୍ଲକର ବନ୍ଧଟିଆ ହାଇସ୍କୁଲ ଟିଏମ୍ସିରୁ । ଦୁଇଜଣ ବାହାରିଛନ୍ତି ଧାମନଗର ବ୍ଲକ ଆନନ୍ଦପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଟିଏମ୍ସିରୁ, ଜଣେ ଆନ୍ଧ୍ର ପ୍ରଦେଶ ଫେରନ୍ତା ଧାମନଗର ବ୍ଲକ ଦୋବଲ ମୁସ୍ତାଫାପୁର ଗ୍ରାମରେ ହୋମ୍ କ୍ୱାରେଣ୍ଟାଇନରୁ । ସେହିପରି ୬ଜଣ ଦୋବଲ ସ୍ଥିତ ସାଇ ହାଇସ୍କୁଲ ଟିଏମ୍ସିରୁ ବାହାରିଥିବା ବେଳେ ଜଣେ ଭଦ୍ରକ ପୌରପାଳିକା କଲ୍ୟାଣ ମଣ୍ଡପ ଟିଏମ୍ସିର । ଭଦ୍ରକ ପୌରପାଳିକାର ୨୬ନଂ ୱାର୍ଡ ଶଙ୍କରପୁର ଗ୍ରାମର ହୋମ୍ କ୍ୱାରେଣ୍ଟାଇନରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ଜଣ ବନ୍ତ ବ୍ଲକର କାଦବରାଙ୍ଗ ହାଇସ୍କୁଲ ଟିଏମ୍ସିରୁ ଚିହ୍ନଟ ହୋଇଛନ୍ତି । ୨ଜଣ ଭଣ୍ଡାରିପୋଖରୀ ବ୍ଲକର ମଣିନାଥପୁର ହାଇସ୍କୁଲ ଟିଏମ୍ସିରୁ । ଲୋକାଲ କଣ୍ଟାକ୍ଟ ଭାବେ ଭଦ୍ରକ ପୌରପାଳିକାର ବାଇପାସ୍ କାନ୍ତକବି ନଗର ଜଣେ ଓ ଜଣେ ୧୧ ନଂ ୱାର୍ଡ ସାୱନବଜାର, ୪ଜଣ ୧୨ ନଂ ୱାର୍ଡ ବଙ୍କସାହି ମଶାଣିପଦା, ଜଣେ ୧୩ ନଂ ୱାର୍ଡ ଅପର୍ତ୍ତିବିନ୍ଧା ଅଞ୍ଚଳର ହୋଇଥିବା ଜଣେ ଭଦ୍ରକ ବ୍ଲକ ଏରେଇ ପଞ୍ଚାୟତ ଚରମ୍ପା ରାଇସମିଲର ଜଣେ ଚାନ୍ଦବାଲି ବ୍ଲକ ବିଜୟନଗର ପଞ୍ଚାୟତ ପୋଖରୀ ସାହି, ଜଣେ ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ବାରିକପୁର ଗ୍ରାମର ହୋଇଥି୍ବା ବେଳେ ଜଣେ ରହଣିଆ ପଞ୍ଚାୟତ ଖଡିସିଙ୍ଗା ଗ୍ରାମର । ଭଦ୍ରକ ବ୍ଲକ ବାଉଦପୁର ଗ୍ରାମରୁ ଜଣେ ଚିହ୍ନଟ ହୋଇଥି୍ବା ବେଳେ ଜଣେ ତିହିଡି ବ୍ଲକ ତଳଦୁମୁକା ଗ୍ରାମର । ୨ଜଣ ଲୋକାଲ କଣ୍ଟାକ୍ଟ ଜଣେ ଧାମନଗର ଏନ୍ଏସିରୁ ହୋଇଥି୍ବା ବେଳେ ଜଣେ ଧାମନଗର ବ୍ଲକର ଶ୍ୟାମାପୁର ଗ୍ରାମର ବୋଲି ଜଣାପଡ଼ିଛି । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ଓ କରୋନାର କାୟାବିସ୍ତାର କେବଳ ବ୍ୟକ୍ତିଗତ ଜୀବନକୁ ନୁହେଁ ଜିଲ୍ଲା ପ୍ରଶାସନକୁ ଆକ୍ରାନ୍ତ କରିଛି । ଏବେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ଓ ପୌରପାଳିକାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡିକ ପ୍ରାୟତଃ ଅଚଳାବସ୍ଥା ସୃଷ୍ଟି ହୋଇଛି । ଅଫିସର, କର୍ମଚାରୀ ଅଫିସ ଆସିବାକୁ ଡରୁଛନ୍ତି । କରୋନାର ପ୍ରାଥମିକ ପର୍ଯ୍ୟାୟର ସଟଡାଉନ ଭଳି ଦୃଢ ପଦକ୍ଷେପ ନେବା ଜରୁରି ହୋଇପଡ଼ିଛି । ତା’ନ ହେଲେ ଜିଲ୍ଲାରେ କରୋନା ବିସ୍ପୋରକ ପରିସ୍ଥିତି ସୃଷ୍ଟି କରିବ । ଲୋକଙ୍କୁ ଅମାନିଆ ବୋଲି ଗ୍ରହଣ କରି ଅଳ୍ପକେତେ ଜଣଙ୍କ ପାଇଁ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ବିପର୍ଯ୍ୟୟ କରାଯାଇ ନ ପାରେ ବୋଲି ମତ ପ୍ରକାଶ ପାଉଛି । ଆଜି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହ ତହସିଲ, ପୌରପାଳିକା ଓ ଅନ୍ୟ ସରକାରୀ ବିଭାଗର କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ପାଇଁ ଚାଲିଥିବା ଆଣ୍ଟିଜେନ୍ ଟେଷ୍ଟ ପାଇଁ ପ୍ରବଳ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons