ବରଗଡ଼: ଏସିସି ସିମେଣ୍ଟ କାରଖାନାର ସମ୍ମୁଖରେ ଶ୍ରମିକଙ୍କ ଆନ୍ଦୋଳନ । ଲକ୍ଡାଉନ ସମୟରେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରମିକ ମାନଙ୍କ ପ୍ରାପ୍ୟ ପ୍ରଦାନରେ ଅବହେଳା ଏବଂ ଶ୍ରମିକ ଙ୍କୁ ଦୁବ୍ୟବହାର କରିବା ସହ ଗାଳିଗୁଲଜ କରିବାକୁ ନେଇ ଅଶାନ୍ତ ଶ୍ରମିକ କମ୍ପାନୀର ଏଚ୍ଆରଙ୍କୁ ମାଡ଼ ମାରିଛନ୍ତି । ଯାହାର ସିସିଟିଭି ଫୁଟେଜ ଆଧାରରେ ଏଚ୍ଆରଙ୍କ ଲିଖିତ ଅଭିଯୋଗ ପରେ ଘଟଣାରେ ସମ୍ପୃକ୍ତ ୪ ଜଣ ଶ୍ରମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ଼ ଟାଉନ ପୋଲିସ ।
ଅନ୍ୟ ପକ୍ଷରେ ଶ୍ରମିକ ମାନଙ୍କ ପକ୍ଷରୁ ସେମାନଙ୍କୁ ଜାତିଆଣକୁ ନେଇ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ପ୍ରାପ୍ୟ ନଦେବାକୁ ନେଇ ଥାନାରେ ପାଲଟା ଅଭିଯୋଗ ହୋଇଛି । ତେବେ ୪ଜଣ ଶ୍ରମିକଙ୍କୁ ଗିରଫ ପ୍ରତିବାଦ ଓ ପ୍ଲାଣ୍ଟ ଏଚ୍ଆର ସମୀର ରାଉତଙ୍କୁ ବଦଳି ଦାବିରେ କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଶତାଧିକ ମହିଳା ଓ ପୁରୁଷ ଶ୍ରମିକ ଆନ୍ଦୋଳନ ଜାରି ରଖିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଁଚିଛି ।
Comments are closed, but trackbacks and pingbacks are open.