ସୁସ୍ଥ ରହିବାର ଉପାୟ

Get real time updates directly on you device, subscribe now.

ଶରୀର ଏବଂ ମାନସିକକୁ ସୁସ୍ଥ ରଖିବା ପାଇଁ ଖାଇବା ଏବଂ ଶୋଇବା ସମୟ ଠିକ୍ ରହିବା ଉଚିତ୍ । ଏହାକୁ ଜାଣି ମଧ୍ୟ ବହୁ ଲୋକ ଏଥିପ୍ରତି ଧ୍ୟାନ ଦେଇନଥାନ୍ତି । ଏହି ବିଷୟବସ୍ତୁ ଉପରେ ନିକଟରେ ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଗବେଷକ ପାଞ୍ଚବର୍ଷ ଧରି ଏକ ଅଧ୍ୟୟନ କରିଥିଲେ । ଏହି ଅଧ୍ୟୟନରେ ୧ହଜାର ଲୋକ ସାମିଲ୍ ହୋଇଥିଲେ । ସେମାନଙ୍କୁ ଠିକ୍ ସମୟରେ ପ୍ରତ୍ୟେକ ଦିନ ଖାଦ୍ୟ ଖାଇବାକୁ କୁହାଯାଇଥିଲା । ପ୍ରାୟ ୫୫ ପ୍ରତିଶତ ଲୋକ ଗବେଷକଙ୍କ କଥା ମାନିଥିଲେ । ସେମାନଙ୍କ ଜୀବନଶୈଳୀ ବେଶ୍ ସୁସ୍ଥ ରହିଥିଲା ବେଳେ ଅନ୍ୟମାନେ ୩ରୁ ୫ବର୍ଷ ମଧ୍ୟରେ ବିଭିନ୍ନ ରୋଗରେ ପଡ଼ିଥିଲେ । ତନ୍ମ୍ମରୁ ପେଟ ସମସ୍ୟା ରୋଗୀ ଅଧିକ ଥିଲେ । ଏହି ବିଷୟବସ୍ତୁକୁ ନେଇ ସାନ୍ଡିଆଗୋ ବିଶ୍ୱବିଦ୍ୟାଳୟର ଗବେଷକମାନେ ମଧ୍ୟ ସମାନ ତଥ୍ୟ ପ୍ରକାଶ କରିଛନ୍ତି । କର୍ମଜୀବୀ ବ୍ୟକ୍ତିମାନେ ଠିକ୍ ସମୟରେ ନିଜ ଖାଦ୍ୟ ଗ୍ରହଣ କରିନଥାନ୍ତି । ଏହା ସହିତ ସମୟ ଅଭାବରୁ ଠିକ୍ଭାବେ ଖାଦ୍ୟକୁ ଚୋବାଇ ଖାଇନଥାନ୍ତି । ଏହି କାରଣରୁ ସେମାନେ କମ୍ ବୟସରୁ ରୋଗରେ ପଡ଼ିଥାନ୍ତି ବୋଲି ୱାଶିଂଟନ୍ ବିଶ୍ୱବିଦ୍ୟାୟର ଗବେଷକ ରିପୋର୍ଟରେ ଦର୍ଶାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons