ମିରଟ : ମିରଟର ଶାସ୍ତ୍ରୀନଗରର ସେଣ୍ଟ୍ରାଲ୍ ମାର୍କେଟ ବ୍ୟବସାୟ ସଙ୍ଘର ପୂର୍ବତନ ସଚିବ ବିନୋଦ ଅରୋରାଙ୍କ ସାହିଲ ହୋଟେଲରୁ ସେକ୍ସ ରାକେଟରେ ଧରା ପଡ଼ିବା ପରେ ଏକ ଆଶ୍ଚର୍ୟକର ଘଟଣା ସାମନାକୁ ଆସିଛି। ହୋଟେଲର ମ୍ୟାନେଜର ଅଶୋକ କୁମାରକୁ ପଚରାଉଚୁରା ବେଳେ ସେ ପୋଲିସକୁ କହିଥିଲା ଯେ ଗତ ଦୁଇ ବର୍ଷ ହେଲା ଯୁବତୀଙ୍କୁ ଡିମାଣ୍ଡରେ ଡକାଯାଉଥିଲା।
ହୋଟେଲରେ ଘଣ୍ଟାଏ ପାଇଁ ୨୫୦୦ଟଙ୍କା ଏବଂ ନାଇଟ ଷ୍ଟେ ପାଇଁ ୫୦୦୦ଟଙ୍କା ନିଆଯାଉଥିଲା।
ସାହିଲ ହୋଟେଲରୁ ସହରର ଅନ୍ୟ ହୋଟେଲକୁ ମଧ୍ୟ ଯୁବତୀ ଚାଲାଣ କରାଯାଉଥିଲା। ପୋଲିସ୍ ସହରର ଅନ୍ୟାନ୍ୟ ବଡ଼ ବଡ଼ ହୋଟେଲ ଉପରେ ଏବେ କଡା ନଜର ରଖିଛି।
ପୋଲିସ ଶାସ୍ତ୍ରୀନଗରର ସେଣ୍ଟ୍ରାଲ ମାର୍କେଟକୁ ଘେରଉ କରି ସେକ୍ସ ରାକେଟର ପର୍ଦ୍ଦାଫାଶ କରିଥିଲା। ଏଠାରୁ ପୋଲିସ୍ ହୋଟେଲର ମ୍ୟାନେଜର,ସେକ୍ସ ରାକେଟର ୨ସଞ୍ଚାଳକ ,୪ଯୁବକ ଏବଂ ୨ଯୁବତୀଙ୍କୁ ଗିରଫ କରିଥିଲା।
ପୋଲିସଙ୍କ କହିବା ମୁତାବକ ସମସ୍ତ ୮ଜଣ ଅଭିଯୁକ୍ତଙ୍କୁ ଗତ ଗୁରୁବାର ସ୍ପେଶାଲ ଡିଜିଏମ୍ କୋର୍ଟରେ ହାଜର କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି। ହୋଟେଲ ମାଲିକ ବିନୋଦ ଅରୋରା ବିରୋଧରେ ମଧ୍ୟ ଅନୈତିକ ଦେହ ବ୍ୟବସାୟର ଅଧିନିୟମରେ ମାମଲା ରୁଜୁ କରାଯାଇଛି।
ହୋଟେଲ ମ୍ୟାନେଜରର କହିବା ମୁତାବକ ହୋଟେଲ ବାହାରେ ଏକ ଦୋକାନ ରହିଛି। କାହାକୁ ଯେପରି ସନ୍ଦେହ ନହେବ ସେଥିପାଇଁ ସନ୍ଧ୍ୟା ପରେ ଏହି ଦୋକାନ ବାଟ ଦେଇ ଏଠାକୁ ଯୁବତୀଙ୍କୁ ଅଣାଯାଉଥିଲା।
ପ୍ରାୟ ୧୩ଜଣ ଯୁବତୀଙ୍କ ଫଟୋ ପୋଲିସକୁ ମିଳିଛି। ଗ୍ରାହକଙ୍କୁ ହ୍ବାଟସଆପରେ କଲ୍ କରି ହୋଟେଲର ରୁମ୍ ବୁକ୍ କରାଯାଉଥିଲା। ଅନେକ ଥର ଅନେକ ଗ୍ରାହକ ଏକାଠି ଆସୁଥିଲେ। ହୋଟେଲରେ ସିସିଟିଭି କ୍ୟାମେରା ମଧ୍ୟ ବନ୍ଦ ଥିବା ଦେଖିବାକୁ ମିଳିଛି। ହୋଟେଲରେ ୩ମାସ ହେବ ରହୁଥିବା ବ୍ୟକ୍ତିଙ୍କ ନାଁ,ଠିକଣା ଏବଂ ଆଇଡି ଯାଞ୍ଚ ବେଳେ ମଧ୍ୟ ଏହା ନକଲି ବୋଲି ଜଣାପଡ଼ିଛି। ହୋଟେଲକୁ ଯେଉଁ ଯୁବତୀଙ୍କୁ ଅଣାଯାଉଥିଲା ସେମାନଙ୍କୁ ଅଲଗା ଅଲଗା ରୁମ ଦିଆଯାଉଥିଲା।
Comments are closed, but trackbacks and pingbacks are open.