ସେକ୍ସ ର୍ୟାରେଟ୍ ଠାବ: ୨ ମହିଳା ଓ ୬ ଯୁବକ ଗିରଫ

Get real time updates directly on you device, subscribe now.

ମାଲକାନଗିରି : ମାଲକାନଗିରିରେ ସେକ୍ସ ରାକେଟ୍ ଠାବ । ମାଲକାନଗିରି ଟେକବାଡି ସାହି ଓ ମଲ୍ଲିକେଶ୍ବର କଲୋନୀରେ ଚଢାଉ କରି ଦୁଇଟି ସ୍ଥାନରେ ଚାଲିଥିବା ସେକ୍ସ ରାକେଟକୁ ଠାବ କରିଛି ପୋଲିସ । ଘଟଣାରେ ସଂପୃକ୍ତ ଥିବା ଦୁଇ ମହିଳା ଓ ୬ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ମାଲକାନଗିରି ମଲ୍ଲିକେଶ୍ବର କଲୋନୀର ଏକ ଭଡା ଘରେ ସମ୍ବଲପୁରରୁ ଯୁବତୀମାନଙ୍କୁ ଆଣି ଦୀର୍ଘ ଦିନ ଧରି ଏହି ଦେହ ବ୍ୟବସାୟ ଚାଲିଥିଲା । ସେହିଭଳି ଟେକବାଡି ସାହିରେ କଲିକତାରୁ ଯୁବତୀମାନଙ୍କୁ ଆଣି ଦେହ ବ୍ୟବସାୟ କରାଯାଉଥିବା ପୋଲିସ କହିଛି ।
ଗିରଫ ଯୁବକମାନେ ହ୍ବାଟସଆପ୍ ରେ ଫଟୋ ସେୟାର କରି ଗ୍ରାହକମାନଙ୍କୁ ଡାକୁଥିବା ଜଣାପଡିଛି । ସେମାନଙ୍କଠାରୁ ପୋଲିସ ୩ଟି ବାଇକ୍ ସହ ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ମଧ୍ୟ ପୋଲିସ ଜବତ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons