କଟକ,(ବି.ବି.ବୁ୍ୟରୋ): ନୟାଗଡ଼ ଯଦୁପୁର ଗାଁର ନିରୀହ ନିଷ୍ପାପ କୁନି ଝିଅ ପରୀକୁ ତଣ୍ଟି ଚିପି ହତ୍ୟା କରାଯାଇଛି । ଏପରିକି, ହତ୍ୟା କରିବା ପରେ, ତା’ର ଟିକି ମୃତଦେହଟିକୁ ବଳାକ୍ରାର କରିଛି ହତ୍ୟାକାରୀ ସୈତାନ୍ । – ଏକଥା ଆଜି ସ୍ପଷ୍ଟ କରିଛି ମାମଲାର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ।
ଏହି ଜଘନ୍ୟ, ବୀଭତ୍ସ, ଲୋମଟାଙ୍କୁରା ଅପରାଧର ପୂରା ବିବରଣୀ ଆଜି ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି ଏସ୍ଆଇଟିର ମୁଖ୍ୟ, କ୍ରାଇମ୍ବ୍ରାଞ୍ଚ୍ ଆଇଜି ଅରୁଣ ବୋଥ୍ରା । ସେ ଦେଇଥିବା ସୂଚନା ମୁତାବକ, ପଡ଼ିଶା ସରୋଜ ସେଠୀଙ୍କ ଘରକୁ ସବୁଦିନ ଭଳି ଜାମୁକୋଳି ଆଣିବାକୁ ଯାଇଥିଲା ପରୀ । ଘରେ ଅନ୍ୟ କେହି ନଥିଲେ । ସୈତାନ୍ ସରୋଜ ଜାମୁକୋଳି ଦେବା ବାହାନାରେ ଘର ଭିତରକୁ ଡାକି ନେଇ ବଳାକ୍ରାର ଉଦ୍ୟମ କରିଥିଲା ପରୀକୁ । ପରୀ ପାଟି କରି ପ୍ରତିରୋଧ କରିବାରୁ ସରୋଜ ତାକୁ ହତ୍ୟା କରିଥିଲା ।
ତେବେ ସୈତାନ୍ ସରୋଜର ପାଶବିକ ପ୍ରବୃତ୍ତି ଓ ଯୌନବିକୃତି ଏଭଳି ପୈଶାଚିକ ଥିଲା ଯେ, ହତ୍ୟା କରିସାରିବା ପରେ ମୃତଦେହକୁ ବି ସେ ବଳାକ୍ରାର କରିଥିଲା । ଏହି ବୀଭତ୍ସ ହତ୍ୟାକାଣ୍ଡ ଏବଂ ବଳାକ୍ରାର ମାମଲାରେ ପରୀର ସେହି ପଡୋଶୀ ଯୁବକ ଯଦୁପୁର ଗାଁର ସରୋଜ ସେଠୀ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଶ୍ରୀ ବୋଥ୍ରା ସ୍ପଷ୍ଟ କରିଦେଇଛନ୍ତି । କଟକସ୍ଥିତ କ୍ରାଇମ୍ବ୍ରାଞ୍ଚ୍ ମୁଖ୍ୟାଳୟରେ ଏସ୍ଆଇଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଜି ଶ୍ରୀ ବୋଥ୍ରା ଆଜି ପରୀ ହତ୍ୟାକାଣ୍ଡର ପର୍ଦ୍ଧାଫାସ୍ କରିବା ସହ ହତ୍ୟାକାଣ୍ଡର କାରଣ ଏବଂ ପ୍ରମାଣ ନଷ୍ଟ ପାଇଁ ହୋଇଥିବା ଯାବତୀୟ କାଣ୍ଡର ବିବରଣୀ ଦେଇଥିଲେ । ଅନ୍ତରାଳରେ ରହିଯାଇଥିବା ସମସ୍ତ ଘଟଣାକୁ ସବିଶେଷ ତଥ୍ୟ, ପ୍ରମାଣ ସହ ଖୁଲାସା କରିଥିଲେ ।
ଶ୍ରୀ ବୋଥ୍ରାଙ୍କ କହିବା ଅନୁସାରେ, ଅଭିଯୁକ୍ତ ସରୋଜ ସେଠୀ ଯେଉଁ ପରିସ୍ଥିତିରେ ପରୀକୁ ହତ୍ୟା କରିଛି ଏବଂ ହତ୍ୟା ପରେ ଯାହା ସବୁ ଘଟଣା ଘଟାଇଛି ସେ ସବୁ କଥା ସେ ଜେରା ବେଳେ ମାନିଛି । ତାର ସ୍ୱୀକାରୋକ୍ତିରୁ ସବୁକିଛି ସ୍ପଷ୍ଟ ହୋଇଛି । ମିଛଧରା ‘ପଲିଗ୍ରାଫ୍’ ପରୀକ୍ଷାରୁ ବି ତାର ମିଛ ଧରାପଡ଼ି ସାରିଛି । ପରୀ ହତ୍ୟାକାଣ୍ଡର ପୂର୍ବ ରାତିସାରା, ଅର୍ଥାତ୍ ଗତ ଜୁଲାଇ ୧୩ ତାରିଖ ରାତିରେ ଦୀର୍ଘ ସମୟ କାଳ ଭଉଣୀର ମୋବାଇଲ୍ରେ ଛୋଟ ଝିଅମାନଙ୍କ ଅଶ୍ଳୀଳ ଭିଡିଓ ଦେଖିଥିଲା ସେ । ୧୪ ତାରିଖ ସକାଳେ ପରୀକୁ ବଳାକ୍ରାର କରିବାକୁ ଯାଇ ତାକୁ ହତ୍ୟା କରିଥିଲା । କିପରି ହତ୍ୟା କରିଛି ଏବଂ ପ୍ରମାଣ ନଷ୍ଟ ପାଇଁ କି ପ୍ରକାର ପଦକ୍ଷେପ ନେଇଛି ସେ ବାବଦରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଅନେକ ତଥ୍ୟ ଓ ସାଇଣ୍ଟିଫିକ୍ ପ୍ରମାଣ ସଂଗ୍ରହ କରିଛନ୍ତି । ପଲିଗ୍ରାଫ୍ ଟେଷ୍ଟ, ସିମେନ୍ ଷ୍ଟେନରୁ ପରୀ ହତ୍ୟାକାଣ୍ଡରେ ସରୋଜର ସମ୍ପୃକ୍ତିର ବହୁ ସାଇଣ୍ଟିଫିକ୍ ପ୍ରମାଣ ଯୋଗାଡ଼ ହୋଇଛି । ଏସବୁ ତଥ୍ୟ ପ୍ରମାଣକୁ ଆଧାର କରି ତଦନ୍ତ ପ୍ରକ୍ରିୟାକୁ ଏସ୍ଆଇଟି ଏବେ ଆହୁରି ଆଗକୁ ନେଉଛି । ୩ ଦିନିଆ ରିମାଣ୍ଡ ଅବଧି ମଧ୍ୟରେ ଅଭିଯୁକ୍ତଠାରୁ ଆହୁରି ଅନେକ ତଥ୍ୟ ଓ ପ୍ରମାଣ ସଂଗ୍ରହ କରିବା ପାଇଁ ତଦନ୍ତକାରୀ ଦଳ ଲାଗିପଡିଛି । ଘଟଣାର ଅନ୍ତରାଳରେ ରହିଯାଇଥିବା ଆହୁରି ଅନେକ ତଥ୍ୟ, ପ୍ରମାଣ ଆଗକୁ ମଧ୍ୟ ଖୁଲାସା ହେବ ବୋଲି ଆଇଜି ଶ୍ରୀ ବୋଥ୍ରା ସୂଚନା ଦେଇଛନ୍ତି ।
ଶ୍ରୀ ବୋଥ୍ରାଙ୍କ କହିବା ଅନୁସାରେ ପରୀ ହତ୍ୟାକାଣ୍ଡର କାରଣ ଜାଣିବା ଏସ୍ଆଇଟି ପାଇଁ ଏକ ବଡ଼ ଚାଲେଞ୍ଜ ଥିଲା । ତାଙ୍କ ୨୨ ବର୍ଷ ଆଇପିଏସ୍ ଚାକିରି କାଳ ମଧ୍ୟରେ ଏପରି ନିÂୁର, ବୀଭତ୍ସ, ଅମାନୁଷିକ ଘଟଣାର ତଦନ୍ତ କେବେ କରିନାହାନ୍ତି ସେ । କିମ୍ବା ଏପରି ଘଟଣା ମୋ ନଜରକୁ ମଧ୍ୟ କେବେ ଆସିନାହିଁ ବୋଲି ସେ କହିଥିଲେ ।


Comments are closed, but trackbacks and pingbacks are open.