ଲକ୍ଷେ୍ନø: ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲା ଉଭା ଗ୍ରାମରେ ଗତ ବୁଧବାର ଜମି ବିବାଦକୁ ନେଇ ୧୦ ଜଣ ଆଦିବାସୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଆଜି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ସେହି ଗ୍ରାମକୁ ଗସ୍ତରେ ଯାଉଥିଲା ବେଳେ ହାଇଡ୍ରାମା ଦେଖିବାକୁ ମିଳିଛି । ବାଟରେ ତାଙ୍କୁ ପୁଲିସ ଅଟକାଇଥିଲା । ଏହାର ପ୍ରତିବାଦରେ ସେ ରାସ୍ତା ଉପରେ ଦଳୀୟ କର୍ମୀଙ୍କ ସହ ଧାରଣା ଦେଇଥିଲେ । ପରେ ପୁଲିସ ତାଙ୍କୁ ଅଟକ ରଖିଛି ।
ପ୍ରିୟଙ୍କା ଆଜି ପ୍ରଥମେ ବାରାଣସୀରେ ପହଞ୍ôଚଥିଲେ । ସେଠାକାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଭେଟିଥିଲେ । ଏହା ପରେ ଦଳୀୟ କର୍ମୀଙ୍କ ସହ ସେ ୮୦ କି.ମି. ଦୂର ଉଭା ଗ୍ରାମ ଅଭିମୁଖେ ବାହାରିଥିଲେ । ତେବେ ମିର୍ଜାପୁର ରୋଡ୍ର ନାରାୟଣପୁର ଥାନାଠାରେ ପୁଲିସ ତାଙ୍କୁ ଅଟକାଇଥିଲା । ଉଭା ଗ୍ରାମରେ ୧୪୪ ଧାରା ଜାରି ରହିଥିବାରୁ ଦଳୀୟ କର୍ମୀଙ୍କ ସହ ସେଠାକୁ ସେ ଯାଇପାରିବେ ନାହିଁ ବୋଲି ପୁଲିସ କହିଥିଲା । ଏହାର ପ୍ରତିବାଦରେ ପ୍ରିୟଙ୍କା ରାଜପଥ ଉପରେ ଧାରଣାରେ ବସିଥିଲେ । ତାଙ୍କ ସହିତ ଦଳୀୟ କର୍ମୀମାନେ ମଧ୍ୟ ସେଠାରେ ବସି ରହିଥିଲେ । କିଛି ସମୟ ପରେ ପୁଲିସ ତାଙ୍କୁ ସେଠାରୁ ଗାଡିରେ ନିକଟରେ ଥିବା ଚୁନାର ଗେଷ୍ଟହାଉସକୁ ନେଇ ଅଟକ ରଖିଥିଲା । ପ୍ରିୟଙ୍କା କହିଛନ୍ତି ସେ ଶାନ୍ତିପୂର୍ଣ୍ଣ ଭାବେ ପୀଡିତ ପରିବାରକୁ ଭେଟିବାକୁ ଯାଉଥିଲେ । ପୁଲିସ ତାଙ୍କୁ ବାଟରେ ଅଟକାଇ ଗିରଫ କରିଛି । ସେ ପୀଡିତ ପରିବାରକୁ ନଭେଟିବା ପର୍ଯ୍ୟନ୍ତ ଏଠାରୁ ଯିବେ ନାହିଁ । ଯଦି ୧୪୪ ଧାରା ଜାରି ରହିଛି ତେବେ ତାଙ୍କୁ ୩ ଜଣ ଲୋକଙ୍କ ସହିତ ପୀଡିତଙ୍କୁ ଭେଟିବା ଲାଗି ସୁଯୋଗ ଦେବା ସକାଶେ ସେ ପୁଲିସକୁ ଅନୁରୋଧ କରିଥିଲେ । ମାତ୍ର ପୁଲିସ ଶୁଣି ନଥିଲା । ଏପରିକି ସେ ପୁଲିସକୁ ୧୪୪ ଧାରା ଜାରି କରାଯାଇଥିବାର ଅର୍ଡର କପି ଦେଖାଇବାକୁ କହିଥିଲେ ମଧ୍ୟ ପୁଲିସ ଦେଖାଇପାରି ନଥିଲା ବୋଲି ପ୍ରିୟଙ୍କା କହିଛନ୍ତି ।
ଏହି ଘଟଣାକୁ ନେଇ ପ୍ରିୟଙ୍କାଙ୍କ ଭାଇ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କହିଛନ୍ତି ପ୍ରିୟଙ୍କାଙ୍କୁ ପୀଡିତ ପରିବାରକୁ ଭେଟିବାକୁ ଅନୁମତି ଦିଆଗଲା ନାହିଁ । ତାଙ୍କୁ ଏକତରଫା ଭାବେ ଗିରଫ କରାଗଲା । ଏହି ଘଟଣାରୁ ୟୁପି ସରକାର ନିଜକୁ ଅସୁରକ୍ଷିତ ମଣୁଥିବା ସ୍ପଷ୍ଟ ହୋଇଛି । ଗୁଳିକାଣ୍ଡ ଘଟଣାକୁ ନେଇ ଆଜି ବିଧାନସଭାରେ ପ୍ରବଳ ହ;ଗୋଳ ଦେଖିବାକୁ ମିଳିଛି । ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡି ପଡିଛି ବୋଲି ବିରୋଧୀ କଂଗ୍ରେସ ସଦସ୍ୟମାନେ ଅଭିଯୋଗେ କରିଛନ୍ତି । ସୂଚନାଯୋଗ୍ୟ ଯେ ଉଭା ଗ୍ରାମରେ ଥିବା ୩୬ ଏକର ଜମିରେ ଅନେକ ଗୋଣ୍ଡ ଆଦିବାସୀ ପରିବାର ବହୁପିଢ଼ି ଧରି ରହିଆସୁଥିଲା ବେଳେ ଗାଁ ମୁଖିଆ ଯଜ୍ଞ ଦତ୍ତ ସେହି ଜମିକୁ କବ୍ଜା କରିବାକୁ ଚାହୁଁଥିଲେ । ଯାହାକୁ ନେଇ ବହୁଦିନ ଧରି ବିବାଦ ଲାଗି ରହିଥିଲା । ବୁଧବାର ସେହି ଜମିକୁ ନେଇ ଗଣ୍ଡଗୋଳ ଘଟିବାରୁ ଗାଁ ମୁଖିଆ ଓ ତାଙ୍କ ସହିତ ଆସିଥିବା କିଛି ବ୍ୟକ୍ତି ଗୁଳିମାଡ଼ କରିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ୨୪ ଜଣ ଆହତ ହୋଇଥିଲେ । ଏହି ଘଟଣାରେ ପୁଲିସ ୭୮ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ୨୪ ଜଣଙ୍କୁ ଗିରଫ କରିଛି ।
ଅନ୍ୟପକ୍ଷରେ ପ୍ରିୟଙ୍କାଙ୍କ ଗିରଫଦାରୀକୁ ନେଇ ଆଜି ଦିଲ୍ଲୀ କଂଗ୍ରେସ ପକ୍ଷରୁ ବିଜେପି ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚେନ୍ନାଇରେ ମଧ୍ୟ କଂଗ୍ରେସ କର୍ମୀମାନେ ଏହି ଘଟଣାକୁ ନେଇ ବିକ୍ଷୋଭ କରିଛନ୍ତି । କର୍ଣ୍ଣାଟକରେ କଂଗ୍ରେସ ସେବାଦଳ ପକ୍ଷରୁ ପ୍ରିୟଙ୍କାଙ୍କ ଗିରଫଦାରୀର ଦୃଢ଼ ପ୍ରତିବାଦ କରାଯାଇଛି । ସେହିଭଳି କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଘୋଷଣା କରିଛି । ବରିଷ୍ଠ କଂଗ୍ରେସ ନେତା କେ.ସି. ବେଣୁଗୋପାଳ କହିଛନ୍ତି ପ୍ରିୟଙ୍କାଙ୍କୁ ଯେଭଳି ଭାବେ ଗିରଫ କରାଗଲା ତାହା ବେଆଇନ । ଏହି ଘଟଣାରେ ଦଳ ଦୃଢ଼ ପ୍ରତିବାଦ କରୁଛି । ବିଭିନ୍ନ ରାଜ୍ୟରେ ପ୍ରତିବାଦ ଓ ବିକ୍ଷୋଭ କରିବା ଲାଗି ପିସିସି ମୁଖ୍ୟ, ବିଧାୟକ ଦଳ ନେତା ଓ ମହାସଚିବଙ୍କୁ କୁହାଯାଇଛି । ଇତିମଧ୍ୟରେ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ଏକ ସଂସଦୀୟ ଦଳ ଆସନ୍ତାକାଲି (ଶନିବାର) ଉଭା ଗ୍ରାମକୁ ଗସ୍ତରେ ଯିବ ବୋଲି ଜଣାପଡିଛି । ସାଂସଦ ଡେରେକ ଓ’ବ୍ରିଏନଙ୍କ ନେତୃତ୍ୱରେ ଏକ ୪ ଜଣିଆ ପ୍ରତିନିଧି ଦଳ ଶନିବାର ସକାଳେ ୯ଟା ୧୫ରେ ବାରାଣସୀ ବିମାନବନ୍ଦରରେ ପହଞ୍ôଚବେ । ସେଠାରୁ ସେମାନେ ୧୨ଟା ୩୦ରେ ଉଭା ଗ୍ରାମକୁ ଯିବେ । ପୀଡିତ ପରିବାରକୁ ଭେଟି ସେହିଦିନ ସନ୍ଧ୍ୟା ସୁଦ୍ଧା ଫେରିଆସିବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହି ଦଳରେ ଡେରେକ୍ ଓ’ବ୍ରିଏନଙ୍କ ବ୍ୟତୀତ ସୁନୀଲ ମଣ୍ଡଳ, ଅବିର ରଞ୍ଜନ ବିଶ୍ୱାସ ଓ ଉମା ସରେନ ସାମିଲ ହେବେ ବୋଲି ଜଣାପଡିଛି ।
Comments are closed, but trackbacks and pingbacks are open.