ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଠରବାଟିଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ନିଜ ଗର୍ଭବତୀ ସ୍ତ୍ରୀକୁ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ । ମୃତକ ହେଲେ କ୍ରିଷ୍ଣା ସେଠୀ।
ସୂଚନାଯୋଗ୍ୟ ଯେ, କ୍ରିଷ୍ଣା ଦୁଇ ବର୍ଷ ହେବ ସେହି ଅଠର ବାଟିଆ ଗାଁ ର ସିଦ୍ଧାନ୍ତ ସେଠିକୁ ପ୍ରେମ ବିବାହ କରିଥିଲେ । ତେବେ ଗତକାଲି ସନ୍ଧ୍ୟାରେ କ୍ରିଷ୍ଣା ଙ୍କ ସହିତ ପାଟି ତୁଣ୍ଡ ଲାଗିଥିଲା। ପାରିବାରିକ କଳହରୁ ସ୍ବାମୀ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଝିଅଙ୍କ ପରିବାର ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।
Comments are closed, but trackbacks and pingbacks are open.