ବଲାଙ୍ଗୀର,(ବି.ବି.ନ୍ୟୁଜ୍): ଅମାନବିକତାର ସୀମା ଟପିଲା । ସମାନ୍ୟ ବଚସାରୁ ନିଜ ଜନ୍ମକଲା ମାକୁ ଜାଳିଦେବା ଅଭିଯୋଗରେ ଜେଲ ଗଲା ପୁଅ । ଥାନା ମାମଲା ହୋଇଥିବାରୁ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଗଲା । ବ୍ୟବଚ୍ଛେଦ ପରେ ସ୍ତ୍ରୀକୁ ଛୁଇଁଥିବାରୁ ସ୍ୱାମୀଙ୍କୁ ସମାଜ ଆଗରେ ଆଣ୍ଠେଇବାକୁ ପଡ଼ିଲା । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲେ ସୁଦ୍ଧା ନିଜ ପାଖରେ ଥିବା ଭତ୍ତା ଟଙ୍କା ଏବଂ ଧାରକରଜ କରି କୁକୁଡ଼ା, ଚାଉଳ ଦେଇ ସେ ସଂସ୍କାର ହେଲେ । ଆଜି ମାତ୍ର ତୃତୀୟ ଦିନର କ୍ରିୟାକର୍ମ ସରିଥିବା ବେଳେ ଭିକମାଗି ଦଶାହ କରିବି ବୋଲି ମୃତକଙ୍କ ସ୍ୱାମୀ ଋପି ଖର୍ସେଲ କହିଛନ୍ତି । ଘଟଣାଟି ବେଲପଡ଼ା ବ୍ଲକ ମଣ୍ଡଳ ପକ୍ରାୟତ ଅନ୍ତର୍ଗତ ରାତବାହାଲ ଗାଁର । ବ୍ୟବଚ୍ଛେଦ ପରେ ନିଜ ସ୍ତ୍ରୀ ଆଶାମତୀଙ୍କୁ ଛୁଇଁ ସକ୍ରାର କରିଥିବାରୁ ସମାଜ ଭାଇଙ୍କୁ ଭୋଜି ଦେଇ ଋପି ଖର୍ସେଲ ଜାତି ହୋଇଛନ୍ତି ।
ସୂଚନାଅନୁସାରେ, ଗତ ଶୁକ୍ରବାର ଭୋରରୁ ଋଷି ଏବଂ ତାଙ୍କ ପୁଅ ସନ୍ତୋଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । କ୍ରମେ ପାଟିତୁଣ୍ଡ ବଢ଼ିବାରୁ ପୁଅ ସନ୍ତୋଷ ଏଥିରେ ରାଗିଯାଇ ବାପା ଋପିଙ୍କୁ ଏକ ଠେଙ୍ଗାରେ ପିଟିଥିଲେ । ଏହାଦେଖି ଶଯ୍ୟାଶାୟୀ ସ୍ତ୍ରୀ ଆଶାମତୀ ବାରଣ କରି ଗାଁଲୋକଙ୍କୁ ଡ଼ାକି ଘଟଣା ସମ୍ପର୍କରେ ଜଣାଇବାକୁ କହିଥିଲେ । ଆଶାମତୀ ଦୀର୍ଘ ୮ବର୍ଷ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ତେଣୁ ସ୍ୱାମୀ ଋପି ତାଙ୍କର ସେବା ଯତ୍ନ ନେଇ ଖାଇବାକୁ ଦେଉଥିଲେ । କିନ୍ତୁ ସେହିଦିନ ପାଟିତୁଣ୍ଡ ପରେ ଋପି ଘଟଣା ସଂପର୍କରେ ଗ୍ରାମବାସୀଙ୍କୁ ଜଣାଇବା ପାଇଁ ଘରୁ ବାହାରିଥିଲେ । ଏଣେ ରାଗରେ ଜଳୁଥିବା ପୁଅ ସନ୍ତୋଷ କିରୋସିନି ଢାଳି ମା’କୁ ଜୀବନ୍ତ ଜାଳିଦେଇଥିଲେ । ଘରୁ ଧୂଆଁ ବାହାରୁଥିବା ଦେଖି ପଡ଼ୋଶୀ ପୁଅ ସନ୍ତୋଷର କାଣ୍ଡ ସଂପର୍କରେ ଜାଣିବାକୁ ପାଇଥିଲେ । ଗ୍ରାମବାସୀଙ୍କଠାରୁ ଖବର ପାଇ ବେଲପଡ଼ା ପୁଲିସ ଘଟଣାସ୍ଥଳରେ ପହକ୍ରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଘଟଣା ଦିନ ସନ୍ଧ୍ୟାରେ ପୁଲିସ ଅଭିଯୁକ୍ତ ପୁଅ ସନ୍ତୋଷକୁ ଗିରଫ କରି କୋର୍ଟଚାଲାଣ କରିଥିଲା ।
ଅପରପକ୍ଷେ ପତ୍ନୀ ଆଶାମତୀଙ୍କ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ଛୁଇଁ ସକ୍ରାର କରିଥିବାରୁ ସ୍ୱାମୀ ଋପିଙ୍କୁ ଅନେକ ହଟହଟା ହେବାକୁ ପଡ଼ିଥିଲା । ମୃତ ଆଶାମତୀଙ୍କ ମୃତଦେହକୁ ଅନ୍ୟଜାତିର ଲୋକେ ବ୍ୟବଚ୍ଛେଦ କରିଥିବାରୁ ଏବଂ ଋପି ତାକୁ ଛୁଇଁ ସକ୍ରାର କରିଥିବାରୁ ତାଙ୍କୁ ଜାତି ହେବାକୁ ପଡ଼ିବ ବୋଲି ସମାଜର କେତେକ ପୁରୁଖା ବ୍ୟକ୍ତି କହିଥିଲେ । ତେବେ ବାର୍ଦ୍ଧକ୍ୟ ଭତ୍ତା ଉପରେ ନିର୍ଭରଶୀଳ ଋପି ଭୋଜି ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ । କିନ୍ତୁ ଜାତିରେ ମିଶିବାକୁ ହେଲେ ଯେମିତି ହେଲେ ଭୋଜି ଦେବାକୁ ପଡ଼ିବ ବୋଲି ସେମାନେ କହିଥିଲେ । ତେଣୁ ସକ୍ରୟ କରି ରଖିଥିବା ଭତ୍ତା ଟଙ୍କାରେ ୫ଟି କୁକୁଡ଼ା ଏବଂ ବିପିଏଲ ଚାଉଳ ଦେଇ ସେ ଗତ ରବିବାର ଜାତି ହୋଇଥିଲେ । ତେବେ ଆଜି ତୃତୀୟ ଦିନର କ୍ରିୟାକର୍ମ ସରିଥିବା ବେଳେ ଆଗକୁ ଦଶାହ ରହିଛି । ହେଲେ ପାଖରେ ଟଙ୍କାଟିଏ ବି ନଥିବାରୁ ଭିକ ମାଗି ପତ୍ନୀର ସଂସ୍କାର କାର୍ଯ୍ୟ କରିବେ ବୋଲି ଋପି କହିଛନ୍ତି ।


Comments are closed, but trackbacks and pingbacks are open.