ସ୍ତ୍ରୀ ତଣ୍ଟିଚିପି ଗଛରେ ଟାଙ୍ଗିଦେଲା ସ୍ୱାମୀ

Get real time updates directly on you device, subscribe now.

ଆନନ୍ଦପୁର,(ବି.ବି.ନ୍ୟୁଜ୍): ହତ୍ୟା ଉଦ୍ୟମ କରି ସ୍ତ୍ରୀଙ୍କ ତଣ୍ଟି ଚିପିଲେ, ଓଢ଼ଣୀ ସାହାଯ୍ୟରେ ଦରମରା ଅବସ୍ଥାରେ ତାଙ୍କୁ ଗଛରେ ଟାଙ୍ଗି ଛାଡ଼ି ଚାଲିଗଲେ । ହେଲେ ସୌଭାଗ୍ୟବଶତଃ ଗଛ ଡାଳ ଭାଙ୍ଗି ପଡ଼ିବାରୁ ବର୍ତ୍ତି ଯାଇଛନ୍ତି ସ୍ତ୍ରୀ । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ନଦୂଆଁ ଗ୍ରାମରେ ସ୍ୱାମୀ ଘଟାଇଥିବା ଏଭଳି ବର୍ବର କାଣ୍ଡ ପଦାକୁ ଆସିଛି ।
ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅନ୍ତର୍ଗତ ଘଣ୍ଟଗଡିଆ ଗାଁର ସ୍ୱର୍ଗତ ଶଶିକାନ୍ତ ଦେହୁରୀଙ୍କ ବଡ଼ ଝିଅ ଗୌରୀଙ୍କ ବିବାହ ୭ ବର୍ଷ ପୂର୍ବେ ଘସିପୁରା ଥାନା ନଦୂଆଁ ଗାଁର ମାଗୁଣି ଦେହୁରୀଙ୍କ ପୁଅ ପ୍ରମୋଦଙ୍କ ସହ ହୋଇଥିଲା । ଉଭୟଙ୍କର ଏକ କନ୍ୟା ଅଛି । ହେଲେ ପ୍ରମୋଦ ଗୌରୀଙ୍କୁ ବିଭିନ୍ନ ସମୟରେ ମାଡ଼ଗାଳି ଦେଉଥିବା ଗୌରୀ ଏବଂ ତାଙ୍କ ମାଆ ସସ୍ମିତା ଦେହୁରୀ ଅଭିଯୋଗ କରିଛନ୍ତି । ଏପରିକି ଘସିପୁରା ଓ ଆଗରପଡ଼ା ଥାନାରେ ଏନେଇ ପୂର୍ବରୁ ଅଭିଯୋଗ ହୋଇ ଆପୋସ ସମାଦାନ ହୋଇଛି । ଗୌରୀଙ୍କ ମାଆ ସସ୍ମିତାଙ୍କ କହିବା ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ଝିଅର ଡ୍ରେସ୍ କିଣିବାକୁ କହି ପ୍ରମୋଦ ଗୌରୀଙ୍କୁ ଦରି ଦେଓଗାଁ ବଜାରକୁ ବାହାରିଥିଲେ । ହେଲେ ଦେଓଗାଁ ନେବା ପରିବର୍ତ୍ତେ ଝିଅକୁ ଜ୍ୱାଇଁ ଝାଡ଼କୁଣ୍ଡି ନିକଟରେ ଥିବା କାଜୁ ଜଙ୍ଗଲକୁ ନେଇ ସେଠାରେ ମାଡ଼ ମାରିଥିଲେ ଓ ପରେ ପରେ ତଣ୍ଟି ଚିପି ଦେଇଥିଲେ । ଫଳରେ ଗୌରୀ ବେହୋସ ହୋଇ ପଡ଼ିଥିଲେ । ପରେ ଗୌରୀଙ୍କ ବେକକୁ ପିନ୍ଧା ଓଢ଼ଣୀରେ ବାନ୍ଧି ଏକ ଗଛରେ ଟାଙ୍ଗି ପଳାଇଥିଲେ । ସୁଯୋଗକୁ ଯେଉଁ ଗଛରେ ଗୋ÷ରୀଙ୍କୁ ଟାଙ୍ଗି ଦିଆଯାଇଥିଲା ସେହି ଗଛର ଡାଳଟି ଭାଙ୍ଗି ପଡ଼ିଥିଲା । ଫଳରେ ସେ ତଳେ ପଡ଼ିଯାଇଥିଲେ । ଗୌରୀଙ୍କ ଜୀବନ ଯନ୍ତ୍ରଣା ଗୁରୁବାର ରାତିସାରା ଏଭଳି କାଜୁ ଜଙ୍ଗଲରେ କଟିଥିଲା । ଶୁକ୍ରବାର ସକାଳୁ ତାଙ୍କର ହୋସ୍ ଆସିବାପରେ ସେ ଗାଁ ନିକଟକୁ ଫେରିଥିଲେ । ଗାଁ ଲୋକେ ତାଙ୍କୁ ବାପ ଘରକୁ ଖବର ପଠାଇଥିଲେ । ବାପଘର ଲୋକେ ଗୌରୀଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନରେ ଭର୍ତ୍ତି କରିଛନ୍ତି । ଅଭିଯୁକ୍ତ ପ୍ରମୋଦ ଫେରାର ଅଛନ୍ତି । ଘଟଣା ସମ୍ପର୍କରେ ଘସିପୁରା ଥାନାରେ ଅଭିଯୋଗ ହୋଇ ନଥିଲେ ମଧ୍ୟ ପୁଲିସ ନିଜ ଆଡୁ ଘଟଣାର ଅନୁସନ୍ଧାନ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons