ସ୍ୱାଭିମାନ ଅଞ୍ଚଳରେ ମାଓକ୍ୟାମ୍ପ ଠାବ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ସର୍ଚ୍ଚ ଅପରେସନ ବେଳେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ଠାବ ହୋଇଛି ମାଓ କ୍ୟାମ୍ପ । କ୍ୟାମ୍ପରୁ ଦୁଇଟି ବଡ ଲ୍ୟାଣ୍ଡମାଇନ୍ ସହ ବହୁ ଗୋଳାବାରୁଦ ଓ ମାଓ ସାମଗ୍ରୀ ଜବତ କରାଯାଇଛି । କ୍ୟାମ୍ପକୁ ପୁଲିସ ପକ୍ଷରୁ ଧ୍ୱଂସ କରାଯାଇଛି । ଆରକ୍ଷୀ ଅଧୀକ୍ଷକ ରିଷିକେଶ ଡି ଖିଲାରୀ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଜବତ ସାମଗ୍ରୀ ଭିତରେ ୨୦ କେଜି ଓଜନର ଦୁଇଟି ଲ୍ୟାଣ୍ଡମାଇନ, ୫୦ ଟି ଇଲେକ୍ଟ୍ରିକ୍ ଡିଟୋନେଟର, ୨୦ କେଜି କୋଡେr ତାର, ୫୦ ମିଟର ବିଦୁ୍ୟତ ତାର, ୭୦ଟି ଆଲୁମିନିୟମ ପ୍ଲେନ ଡିଟୋନେଟର, ବହୁ ବିସ୍ଫୋରକ, କିଛି ମାଓ ପୋଷାକ ଓ ପୁସ୍ତକ ରହିଛି ।
ସୂଚନା ଅନୁସାରେ, ସ୍ୱାଭିମାନ ଅଞ୍ଚଳରେ ପୁଲିସ ଏନକାଉଣ୍ଟରକୁ କେନ୍ଦ୍ରକରି ଗତ ସୋମବାର ମାଓବାଦୀଙ୍କ ପକ୍ଷରୁ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା । କୌଣସି ଅଘଟଣ ଆଶଙ୍କା କରି ଡିଭିଏଫ୍ ଯବାନମାନେ ସ୍ୱାଭିମାନ ଅଞ୍ଚଳକୁ କମ୍ବିଂରେ ଯାଇଥିଲେ । ସର୍ଚ୍ଚବେଳେ ଜଙ୍ଗଲ ମଧ୍ୟରୁ ଉକ୍ତ ମାଓକ୍ୟାମ୍ପ ଠାବ ହୋଇଥିଲା । ଯାଞ୍ଚବେଳେ କ୍ୟାମ୍ପରେ ମାଓବାଦୀମାନେ ଗଦା କରି ରଖିଥିବା ଉକ୍ତ ସାମଗ୍ରୀ ସବୁ ମିଳିଥିଲା । ମଙ୍ଗଳବାର ଜିଲ୍ଲା ଏସ୍ପିଙ୍କ କାର୍ଯ୍ୟାଳୟରେ ଏସବୁ ସାମଗ୍ରୀ ପ୍ରଦର୍ଶନ କରାଯାଇଛି । କମ୍ବିଂରେ ଯାଉଥିବା ଯବାନ ଓ ପୁଲିସଙ୍କୁ ଟାର୍ଗେଟ କରି ମାଓବାଦୀ ଏହିସବୁ ସାମଗ୍ରୀକୁ ଡମ୍ପିଂ କରି ରଖିଥିଲେ ବୋଲି ଏସ୍ପି କହିଛନ୍ତି । ଏକ ବଡ ଧରଣର ବିସ୍ଫୋରଣକୁ ପୁଲିସ ଏଡାଇ ଦେଇପାରିଛି ।
ମାଓ ଦମନ ପାଇଁ ଜିଲ୍ଲା ପୁଲିସ, ବିଏସଏଫ, ଏସଓଜି, ଡିଭିଏଫ ଯବାନ, ଆନ୍ଧ୍ର ପୁଲିସ ମିଳିତଭାବେ କମ୍ବିଂ ଜାରି ରଖିଛନ୍ତି । ଦୁର୍ଗମ ଅପହଞ୍ଚ ମାଓପ୍ରବଣ ଇଲାକାଗୁଡିକରେ ଯାଞ୍ଚ ଜୋର୍ଦାର କରାଯାଉଛି । ଫଳରେ ଅଞ୍ଚଳରେ ମାଓବାଦୀଙ୍କ ପ୍ରାଦୁର୍ଭାବ କମୁଥିବା କୁହାଯାଉଛି । ଏହା ସତ୍ତେ୍ୱ ମାଓବାଦୀମାନେ ଲୁଚିଛପି ହିସାଂକାଣ୍ଡ ପାଇଁ ଯୋଜନା ଚଳାଉଥିବା ପୁଲିସ ପକ୍ଷରୁ କୁହାଯାଇଛି । ମାଓପ୍ରବଣ ଅଚଂଳରେ ନିୟମିତ ମାଓଦମନ ଯୋଗୁ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ତ୍ୱାରାନିତ ହୋଇପାରିଛି ବୋଲି ଏସ୍ପି ଶ୍ରୀ ଖିଲାରୀ କହିଛନ୍ତି । ସାମ୍ବାଦିକ ସମ୍ମିଳନିରେ ଏସ୍ଡିପିଓ ପ୍ରହଲ୍ଲାଦ ସାଇ ମୀନା, ଏଏସ୍ପି ଜି.ଅଭିଳାଷ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons