ମାଲକାନଗିରି,(ବି.ବି.ନୁ୍ୟଜ୍): ସ୍ୱାଭିମାନ ଅଞ୍ଚଳରେ ଗତ କିଛିଦିନ ହେଲା ସକ୍ରିୟ ହୋଇଉଠିଛନ୍ତି ମାଓବାଦୀ । ସେମାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି ଜିଲ୍ଲାର ଡିଭିଏଫ,ଏସଓଜି ଏବଂ ବିଏସଏଫ ଯବାନ । ଜୁମୁଡାଙ୍ଗ ଜଙ୍ଗଲରେ ଉଭୟ ପକ୍ଷ ମଧ୍ୟରେ ହୋଇଛି ଗୁଳି ବିନିମୟ । ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ଧ୍ୱଂସ ହୋଇଛି ମାଓ କ୍ୟାମ୍ପ । ସେଠାରୁ ଗୋଟିଏ ରିଭଲଭର, କ୍ଲେମର ମାଇନ, ଡିଟୋନେଟର, ଗ୍ୟାସ୍ ସିଲିଣ୍ଡର,ଅrିଜେନ ସିଲିଣ୍ଡର, କିଛି ବିସ୍ପୋରକ ଏବଂ ମାଓ ପୁସ୍ତକ ଜବତ କରାଯାଇଛି ।
ଏସ୍ପି ରିଶିକେଶ ଡି. ଖିଲାରୀ କହିଛନ୍ତି ଯେ ଜିଲ୍ଲା ପୁଲିସ, ବିଏସଏଫ, ଏସଓଜି ଏବଂ ଡିଭିଏଫ ଯବାନ ମିଳିତ ଭାବେ ମାଓ ଦମନ କାର୍ଯ୍ୟରେ ଲିପ୍ତ ଅଛନ୍ତି । ଦୁର୍ଗମ ତଥା ଅପହଞ୍ଚ ଇଲାକାଗୁଡ଼ିକରେ ସର୍ଚ୍ଚ ଅପରେସନ କରାଯାଇ ମାଓବାଦୀମାନେ ଲୁଚାଇ ରଖିଥିବା ବନ୍ଧୁକ ତିଆରି ସାମଗ୍ରୀ, ଗୋଳାବାରୁଦ ଜବତ କରାଯାଉଛି । ମାଓବାଦୀଙ୍କ ହିଂସାକାଣ୍ଡ ଉଦ୍ୟମକୁ ପଣ୍ଡ କରାଯାଇଛି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ନିୟମିତ କମ୍ବିଂ ଅପରେଜନ ଜାରି ରହିଛି । ଫଳରେ ସେସବୁ ସ୍ଥାନରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାମ ତ୍ୱରାନ୍ୱିତ ହୋଇପାରିଛି । ଆଜି ମଧ୍ୟ ସଂପୃକ୍ତ ଅଞ୍ଚଳରେ ପୁଲିସ ଓ ବିଏସଏଫ ଯବାନମାନଙ୍କ ତରଫରୁ କମ୍ବିଂ ଚାଲିଥିବା ସେ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.