ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍ଓ) ସୌମ୍ୟରଞ୍ଜନ ମହାପାତ୍ରଙ୍କର ମଙ୍ଗଳବାର କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ହୋଇଛି । ସୋମବାର ରାତି ପ୍ରାୟ ୯ଟାରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରୁ ସୌମ୍ୟରଞ୍ଜନଙ୍କ ଅର୍ଦ୍ଧଦଗ୍ଧ ଶରୀର ଉଦ୍ଧାର କରାଯାଇ ପ୍ରଥମେ ପାରଳାଖେମୁଣ୍ଡି ଡାକ୍ତରଖାନା ଓ ପରେ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲେ ତାଙ୍କ ଜୀବନ ରକ୍ଷା ସମ୍ଭବପର ହୋଇପାରିନି । ତେବେ ତାଙ୍କ ମୃତୁ୍ୟ ସନେ୍ଦହଜନକ ରହିଛି । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ହେଁ ଅନେକ କଥା ରହସ୍ୟଜନକ ହୋଇ ରହିଛି । ଏଭଳିକି ସୌମ୍ୟରଞ୍ଜନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଉଠାଇଛନ୍ତି ତାଙ୍କ ବାପା ଓ ମାମୁ । ଗଜପତି ଜିଲ୍ଲା ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା, ସ୍ଥାନୀୟ ତହସିଲଦାର ଅଚୁ୍ୟତାନନ୍ଦ ଯାନୀ, ପାରଳାଖେମୁଣ୍ଡି ପୁଲିସ୍ ଏସଡିପିଓ ରାମକୃଷ୍ଣ ପତି, ପାରଳାଖେମୁଣ୍ଡି ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖ ସୋମବାର ରାତିରେ ହିଁ ପାରଳାଖେମୁଣ୍ଡି ଡାକ୍ତରଖାନାରେ ପଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ତେବେ ସେହି ସମୟରେ ସୌମ୍ୟଙ୍କ ବୟାନ ରେକର୍ଡ କରାଯାଇଛି କି ନା ସେ ନେଇ ପୁଲିସ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ତାଙ୍କ ପତ୍ନୀଙ୍କୁ ମଧ୍ୟ ପୁଲିସ ପଚରାଉଚୁରା କରିଛି କି ନାହିଁ ସେ ନେଇ ବି ଜଣାଯାଇନି । ତେବେ ସୌମ୍ୟରଞ୍ଜନଙ୍କ ବାସଭବନରେ ପୁଲିସ ପହଞ୍ଚô ତଦନ୍ତ କରିଥିବା ବେଳେ କିଛି ସୁରାଗ ମିଳିଥିବା ଜଣାଯାଇଛି । ତାହାକୁ ଆଧାର କରି ତଦନ୍ତ ଆଗକୁ ବଢାଉଛି ପୁଲିସ ।
ଏସ୍ଡିପିଓଙ୍କ ସୂଚନା ଅନୁଯାୟୀ, ସୋମବାର ରାତିରେ ଏସିଏଫ୍ଓ ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀ ନିଜ ସରକାରୀ ବାସଭବନରେ ଥିଲେ । ରାତି ପ୍ରାୟ ୯ଟା ବେଳେ ପତ୍ନୀ ବିଦ୍ୟାଭାରତୀଙ୍କ ଚି+ାର ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚôଥିଲେ । ସୌମ୍ୟରଞ୍ଜନଙ୍କ ଦେହରେ ନିଅାଁ ଲାଗିଥିବା ଦେଖି ସଙ୍ଗେ ସଙ୍ଗେ ଲିଭାଇଥିଲେ । ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୌମ୍ୟଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିଲା । ସେଠାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ବାଲେଶ୍ୱର ଜିଲ୍ଲାରେ ସୌମ୍ୟରଞ୍ଜନ ଘର । ସେ ପ୍ରାୟ ବର୍ଷେ ହେଲା ପାରଳାଖେମୁଣ୍ଡିରେ ଏସିଏଫ୍ଓ ଭାବେ ଦାୟିତ୍ୱ ତୁଲାଉଥିଲେ । ଗତ ଡିସେମ୍ବରରେ ସେ ବିଦ୍ୟାଭାରତୀଙ୍କୁ ବିବାହ କରିଥିଲେ । ଏପରି ଘଟଣା କାହିଁକି ଓ କିପରି ଘଟିଲା ତାକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଥିବା ପାରଳାଖେମୁଣ୍ଡି ଏସ୍ଡିପିଓ ସୂଚନା ଦେଇଛନ୍ତି । ଖବର ପାଇ ବାଲେଶ୍ୱରରୁ ସୌମ୍ୟରଞ୍ଜନଙ୍କ ପରିବାର ଲୋକ କଟକରେ ପହଞ୍ଚôଥିଲେ । ଏସ୍ସିବି ମେଡିକାଲ କଲେଜ ହସ୍ପିଟାଲ୍ରେ ସୌମ୍ୟଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ଅପରପକ୍ଷରେ ସୌମ୍ୟରଞ୍ଜନଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିରାମ ମହାପାତ୍ର ଓ ମାମୁ ସୀତାକାନ୍ତ ପଣ୍ଡା ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି । ଫଳରେ ସୌମ୍ୟଙ୍କ ମୃତୁ୍ୟ ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ଓ ରହସ୍ୟ ଲାଗି ରହିଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.