ହାଇଦରର ଶବ ବ୍ୟବଚ୍ଛେଦ, ପକେଟରୁ ବାହାରିଲା ଲାଲ ରଙ୍ଗର ଡାଏରୀ

Get real time updates directly on you device, subscribe now.

ବାଲେଶ୍ୱର: ଆରମ୍ଭ ହେଲା ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଚ୍ଛେଦ ପ୍ରକ୍ରିୟା। ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ, ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଦୁଇ ଜଣ ଡାକ୍ତର କରୁଛନ୍ତି ଶବ ବ୍ୟବଚ୍ଛେଦ । ବ୍ୟବଚ୍ଛେଦର ଭିଡିଓ ରେକର୍ଡିଂ ମଧ୍ୟ ହେଉଛି । ହାଇଦର ପକେଟରୁ ଏକ ଲାଲ୍ ଡାଏରୀ ଜବତ ହୋଇଛି। ଯେଉଁଥିରେ ଅନେକ ଲୋକଙ୍କ କଣ୍ଟାକ୍ଟନମ୍ବର ଥିବା ପୋଲିସ ସୂଚନା ଦେଇଛି। ଅନ୍ୟପଟେ ହାଇଦର ନାଁରେ ସିମୁଳିଆ ଥାନାରେ ୧୬୮/୨୧ରେ ମାମଲା ଦାୟର ହୋଇଛି। ହାଇଦର ଉପରେ ଖସି ପଳାଇବା ପାଇଁ ଦଫା ୨୨୪, ଡକାୟତି ପାଇଁ ଦଫା ୩୯୨, ହତ୍ୟା ଉଦ୍ୟମ ସଂକ୍ରାନ୍ତ ୩୦୭ ଦଫା, ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ସଂକ୍ରାନ୍ତରେ ଦଫା ୩୫୩, ଧମକ ଚମକ୍ ପାଇଁ ୫୦୬, ଅସ୍ତ୍ରଶସ୍ତ୍ର ଆଇନ ସଂକ୍ରାନ୍ତ ୨୭ ଦଫା ଓ ଗାଳି ଗୁଲଜ ପାଇଁ ୨୯୪ ଦଫା ଲାଗିଛି। ବାଲେଶ୍ୱର ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରାଯାଇଛି। ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ହାଇଆଲର୍ଟ। ଗତକାଲି ରାତି ୧୧ଟାରୁ ୩୦ ତାରିଖ ଦିନ ୧୧ଟା ପର୍ୟ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ସହରର ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, ବଡହାଟ, ତିନି ମୁହାଣୀ, ଗରାପୁର, ରଣପଡ଼ା, ପେଟ୍ରୋଲ ପମ୍ପ ଛକ ଆଦି ସ୍ଥାନରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରତ୍ୟେକ ସ୍ଥାନରେ ଚେକିଂକୁ କଡାକଡି କରାଯାଇଛି। ସେପଟେ ସିଲ୍ ହୋଇଛି ସିମୁଳିଆର ଏନକାଉଣ୍ଟର ସ୍ପଟ୍ । ଘଟଣାସ୍ଥଳରୁ ଦୁଇଟି ଖୋକା ଜବତ ହୋଇଛି। ବାଲେଶ୍ୱର ଏସଡିପିଓ ଶ୍ରୀହର୍ସ ମିଶ୍ର ଆଡିସନାଲ ଡିସିପି ପ୍ରମୋଦ ରଥ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ପରେ ୨ଟି ଖୋକା ଜବତ ହୋଇଛି।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons