ହାତରେ ବୋମା ଫୁଟି ପାପୁଲି ଛିଣ୍ଡିଲା

Get real time updates directly on you device, subscribe now.

କୁକୁଡ଼ାଖଣଣ୍ଡି, (ବି.ବି.ନ୍ୟୁଜ୍): ସରପଞ୍ଚଙ୍କୁ ବୋମା ମାଡ଼ ଉଦ୍ୟମ । କୌଣସି ପରିସ୍ଥିତିରେ ସରପଞ୍ଚ ବର୍ତ୍ତି ଯାଇଛନ୍ତି । କିନ୍ତୁ ବୋମା ମାଡ଼ କରିବାକୁ ଆସିଥିବା ଅପରାଧୀ ଚେରୁ ଗୌଡ଼ ହାତରେ ବୋମା ବିସ୍ଫୋରଣ ହୋଇଛି । ତା’ ହାତ ପାପୁଲି ଛିଣ୍ଡି ଯାଇଛି । ଗୁରୁତର ଅବସ୍ଥାରେ ଚେରୁ ଗୌଡ଼କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନରେ ଭର୍ତ୍ତି କରିଛି ପୁଲିସ । ଏନେଇ ବନ୍ଥପଲ୍ଲୀ ସରପଞ୍ଚ ପ୍ରଶାନ୍ତ ସ୍ୱାଇଁ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଭିତ୍ତି କରି ଥାନା କେସ୍ ୧୦୯/୧୯ରେ ଏକ ମାମଲା ଋୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିôବା ଥାନା ଅଧିକାରୀ ଗୌରାଙ୍ଗ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡ଼ାପଲ୍ଲୀ ଗ୍ରାମରେ ଶୁକ୍ରବାର ରାତିରେ ଘଟିଛି ଘଟଣା । ଚେରୁ ଗୌଡ଼ ନାଁରେ ବ୍ରହ୍ମପୁର ଓ ଦିଗପହଣ୍ଡି ଥାନାରେ ଏକାଧିକ ମାମଲା ରହିଛି । ପୁର୍ବରୁ ଚେରୁ ଗୌଡ଼କୁ ପୁଲିସ ଏନ୍କାଉଣ୍ଟର କରିଥିଲା । ପରେ ଜେଲ୍ରୁ ମୁକୁଳିବା ପରେ ଅପରାଧୀକ ସାମ୍ରାଜ୍ୟ ବିସ୍ତାର କରିବାକୁ ବିଭିନ୍ନ କାର୍ଯ୍ୟକଳାପରେ ଜଡ଼ିତ ରହିଛି । ଏହି ଘଟଣାରେ ସାମିଲ୍ ଥିବା ଅନ୍ୟ ଦୁଇ ଜଣ ସହଯୋଗୀ ଫେରାର୍ ହୋଇଥିôବା ତଦନ୍ତକାରୀ ପୁଲିସ ଅଧିକାରୀ କହିଛନ୍ତି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଲାଠି ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଚେରୁ ଗୌଡ଼ ଗତକାଲି ସନ୍ଧ୍ୟାରେ ଚାଞ୍ଚଡ଼ାପଲ୍ଲୀ ଗ୍ରାମରେ ହଙ୍ଗାମା କରିଥଲା । ରାସ୍ତା ଉପରେ ବାଇକ୍ ରଖି ସ୍ଥାନୀୟ ଯୁବକଙ୍କ ସହ ବଚସା କରିଥିଲା । ଏକ ଭୋଜି କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ସରପଞ୍ଚ ଘଟଣା ଦେଖି ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ । ଏଥିରେ ଚେରୁ ରାଗି ଯାଇ ସରପଞ୍ଚଙ୍କୁ ଓଲଟା ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ବୋମା ପକାଇ ମାରିଦେବାକୁ ଧମକ ଦେଇଥିବା ଏତଲାରେ କୁହାଯାଇଛି । କିଛି ସମୟ ପରେ ଚେରୁ ଏକ ବୋମା ଧରି ସରପଞ୍ଚଙ୍କୁ ଲକ୍ଷ୍ୟ କରି ଫୋପାଡ଼ିବାକୁ ଉଦ୍ୟମ କରିଥିଲା । କିନ୍ତୁ ତା’ର ଗୋଡ଼ ଖସି ଯିବାରୁ ଚେରୁ ହାତରେ ବୋମା ଫୁଟି ଯାଇଥିଲା । ବୋମା ବିସ୍ଫୋରଣରେ ଚେରୁର ଡାହାଣ ହାତ ପାପୁଲି ଛିଣ୍ଡି ଯାଇଛି । ଗ୍ରାମବାସୀଙ୍କଠାରୁ ଖବର ପାଇ ଦିଗପହଣ୍ଡି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଚେରୁ ଗୌଡ଼କୁ ଡାକ୍ତରଖାନା ପଠାଇଥିଲା । ଡାକ୍ତରଖାନାରେ ଦିଗପହଣ୍ଡି ପୁଲିସ ଜଗି ରହିଛି । ଚେରୁ ଡାକ୍ତରଖାନାରୁ ଆସିବା ପରେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ତଦନ୍ତକାରୀ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons