ହାତୀଛୁଆକୁ ଫାଶ ପକାଇ ହତ୍ୟା ଘଟଣା : ଜଣେ ଶିକାରୀ ଗିରଫ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସାନ ଡଲାକୁନ୍ଦର ରୁତୁକୁପେଡ଼ି ଜଙ୍ଗଲରେ ଚାରି ମାସର ହାତୀ ଛୁଆକୁ ଫାଶ ପକାଇ ହତ୍ୟା କରିବା ଘଟଣାରେ ରାଉରକେଲା ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି । ରାଉରକେଲା ଡିଏଫ୍ଓ ସଞ୍ଜୟ ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗିରଫ ଶିକାରୀ ନିକଟରୁ ଧନୁ, ତୀର, ଫାଶ, କରତ, ହରିଣ ସିଙ୍ଘ ଓ ବାରହା ଦାନ୍ତ ଜବତ କରାଯାଇଛି । ଏହାସହ ଶିକାରରେ ବ୍ୟବହୃତ ଅସ୍ତ୍ର ମଧ୍ୟ ଜବତ କରାଯାଇଛି । ଏ ଘଟଣାରେ ଯେଉଁମାନେ ସମ୍ପୃକ୍ତ ଥିବେ, ସେମାନଙ୍କ ବିରୋଧରେ ବନ ବିଭାଗ କଡ଼ା କାର୍ଯ୍ୟାନୁÂାନ ନେବ ବୋଲି ଡିଏଫ୍ଓ ସଞ୍ଜୟ ସ୍ୱାଇଁ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons