ହାତୀର ଗଳିତ ଶବ ଉଦ୍ଧାର

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ନୁ୍ୟଜ): ସୁନ୍ଦରଗଡ଼ ଜିଲ୍ଲା ହେମଗିର ବନଖଣ୍ଡର ବଡଘୁମୁଡ଼ା ସ୍ଥିତ ଜଙ୍ଗଲରୁ ବନ ବିଭାଗ ହାତୀର ଗଳିତ ଶବ ଉଦ୍ଧାର କରିଛି । ଜଙ୍ଗଲରେ ହାତୀର ଶବ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖି ବନ କର୍ମଚାରୀଙ୍କୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ହେମଗିର ବନ ବିଭାଗ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି । ମୃତ ହାତୀଟିର ବୟସ ୮ରୁ ୧୦ ବର୍ଷ ହୋଇଥିବାର ବନ ବିଭାଗ ସୂଚନା ଦେଇଛି । ହାତୀ ମୃତୁ୍ୟ ସମ୍ପର୍କରେ ସୁନ୍ଦରଗଡ଼ ବନଖଣ୍ଡ ଦାୟିତ୍ୱରେ ଥିବା ରାଉରକେଲା ଡିଏଫ୍ଓ ସଞ୍ଜୟ ସ୍ୱାଇଁଙ୍କୁ ପଚରାଯିବାରେ ସେ କହିଲେ ହାତୀପଲ ମଧ୍ୟରେ ଧସ୍ତାଧସ୍ତି ହୋଇଥିବାରୁ ଏହି ହାତୀର ମୃତୁ୍ୟ ଘଟିଥାଏ ପାରେ ବୋଲି ଅନୁମାନ କରାଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର ପ୍ରକୃତି କାରଣ ଜଣାପଡ଼ିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons