ହାତୀ ମୃତୁ୍ୟ ଘଟଣା :ମୁଖ୍ୟମନ୍ତ୍ରୀଙ୍କ ସ୍ଥିତି ସମୀକ୍ଷା

Get real time updates directly on you device, subscribe now.

ଭବାନୀପାଟଣା,(ବି.ବି.ନୁ୍ୟଜ): କଳାହାଣ୍ଡି ଦକ୍ଷିଣ ବନଖଣ୍ଡ କାର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତୁ୍ୟ ଘଟଣାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ବିଶେଷଜ୍ଞ ଦଳ ସହ ଆଲୋଚନା କରିବା ସହ ହାତୀ ମୃତୁ୍ୟ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପଶୁସମ୍ପଦ ବିଭାଗ ମିଳିତ ଭାବେ ପଦକ୍ଷେପ ନେଇ ହାତୀ ମୃତୁ୍ୟ ରୋକିବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ଅନୁଯାୟୀ ସୋମବାର ବନ ବିଭାଗ ପିସିସିଏଫ ଶଶି ପଲଙ୍କ ନେତୃତ୍ୱରେ ଓୟୁଏଟିର ଦୁଇ ପ୍ରାଣୀ ଚିକିତ୍ସା ବିଶେଷଜ୍ଞ, ଦକ୍ଷିଣ ବନଖଣ୍ଡ ଅ%ôକାରୀ ଟି ଅଶୋକ କୁମାର ପ୍ରମୁଖ କର୍ଲାପାଟ ପହଞ୍ଚିଥିଲେ । ହାତୀ ମୃତୁ୍ୟ ଘଟଣାର ସ୍ଥିତି ଅନୁଧ୍ୟାନ କରିବା ସହ ଘୁଷୁରୀଗୁଡି ନାଳ ସମେତ ବିଭିନ୍ନ ସ୍ଥାନରେ ଯାଞ୍ଚ କରି ଫେରିଛନ୍ତି । ତେବେ କେନ୍ଦ୍ରୀୟ ବିଶେଷଜ୍ଞଙ୍କ ପରାମର୍ଶ ନେଇ ହାତୀ ମୃତୁ୍ୟ ରୋକିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ବନ ବିଭାଗକୁ ପରାମର୍ଶ ଦେଇଥିବା ଜଣାଯାଇଛି । ଘୁଷୁରୀଗୁଡ଼ା ନାଳ ପାଣି ସଂକ୍ରମଣର ବାହକ ସାଜିଥିବା ବିଶେଷଜ୍ଞ ଟିମ୍ ସନେ୍ଦହ ପ୍ରକଟ କରିବା ପରେ ବର୍ତ୍ତମାନ ଅଭୟାରଣ୍ୟ ଓ ତାର ଆଖପାଖ ଅଞ୍ଚଳରେ ଥିବା ଗାଁଗୁଡିକରେ ଗୃହପାଳିତ ପଶୁଙ୍କର ଟିକାକରଣ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଅଭୟାରଣ୍ୟରେ ଥିବା ସମସ୍ତ ଜଳାଶୟ ଗୁଡିକର ବିଶୋ%ନ ମଧ୍ୟ କରାଯାଉଛି । ଜଳର ନମୂନା ନିୟମିତ ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଉଛି । ତେବେ ଆଜି କୌଣସି ହାତୀ ମୃତୁ୍ୟର ଖବର ଆସିନାହିଁ ।
ପ୍ରକାଶ ଯେ ଚଳିତ ମାସ ୧ତାରିଖ ରୁ ୧୪ ତାରିଖ ମଧ୍ୟରେ କର୍ଲାପାଟରେ ୬ଟି ହାତୀର ମୃତୁ୍ୟ ହୋଇଛି । ସେଥିମଧ୍ୟରୁ ୫ଟି ମାଈ ହାତୀ ହୋଇଥିବାବେଳେ ଗୋଟିଏ ଶାବକ ଥିଲା । ପ୍ରାୟତଃ ହାତୀର ଶବ ଘୁଷୁରୀଗୁଡ଼ା ନାଳ ପାଖରୁ ଠାବ ହୋଇଥିବାବେଳେ ନାଳ ପାଣି ହାତୀ ମୃତୁ୍ୟର କାରଣ ବୋଲି ବନବିଭାଗ ସନେ୍ଦହ କରି ପଦକ୍ଷେପ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons