୧୦ବର୍ଷ ପରେ ନାବାଳିକା ହତ୍ୟା ଘଟଣାରୁ ଉଠିଲା ପରଦା

Get real time updates directly on you device, subscribe now.

ବ୍ରହ୍ମପୁର : ନାବାଳିକା ହତ୍ୟା ଘଟଣାର ଫର୍ଦ୍ଦାଫାଶ କଲା ପୋଲିସ । କେ.ନୂଆଗାଁ ଥାନା ଦେଓଖାଳି ନଦୀ ପଠାରୁ ନାବାଳିକା ହତ୍ୟାକାଣ୍ଡ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପ୍ରେସମିଟ୍‌ ଜରିଆରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ, କିଛି ଦିନ ତଳେ କେ ନୂଆଗାଆଁ ଥାନା ଦେଓଖାଳି ନଦୀ ପଠାରେ ଜଣେ ନାବାଳିକାଙ୍କ ମୃତଦେହ ଠାବ ହୋଇଥିଲା । ମଇ ମାସ ୧୦ ତାରିଖରେ ହତ୍ୟାକାଣ୍ଡ କରାଯାଇଥିବା ଅଭିଯୋଗ ଆସିଥିଲା । ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ଧରିବା ନେଇ ପରିବାର ପକ୍ଷରୁ ବାରମ୍ବାର ପୋଲିସ ନିକଟରେ ଦାବି କରାଯାଉଥିଲା । ଶେଷରେ ଦୀର୍ଘ ୧୦ ମାସ ପରେ ପୋଲିସକୁ ସଫଳତା ମିଳିଛି । ହତ୍ୟାକାଣ୍ଡରେ ସାମିଲ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାମ ପ୍ରକାଶ ବେହେରା ବୋଲି ସୂଚନା ରହିଛି । ପ୍ରକାଶ ସବୁବେଳେ ମୃତ ନାବାଳିକାର ପିଛା କରୁଥିଲା । ଶେଷରେ ନାବାଳିକାକୁ ପାଣି ବୁଡ଼ାଇ ହତ୍ୟା କରିଥିବା ନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons