୧୦ ବର୍ଷର ପିଲାକୁ ଖାଇଗଲା କୁମ୍ଭୀର!

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ଚିତ୍ରକୋଣ୍ଡା ଜଳଭଣ୍ଡାରକୁ ଲାଗିଥିବା ନୀଳା ନାଳରୁ ଜଣେ ୧୦ ବର୍ଷ ବାଳକର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି । କୁମ୍ଭୀର ତା’ର ଗୋଟିଏ ହାତ ଓ ଗୋଟିଏ ଗୋଡ଼ ଖାଇଯାଇଥିବା ଗାଁ ଲୋକେ ସନେ୍ଦହ କରିଛନ୍ତି । କାରଣ ସେହି ନାଳରେ ବହୁବାର କୁମ୍ଭୀରକୁ ଦେଖିଥିଲେ ଗାଁ ଲୋକେ । ମୃତ ବାଳକ ଅପରେଟର କଲୋନୀ ନିକଟ ଜଲାସାହିର ଅର୍ଜୁନ ମାଝୀଙ୍କ ପୁଅ କୈଳାସ । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି ।
ପୁଲିସ ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ନରେ କୈଳାସ ଗାଧୋଇବା ଲାଗି ନୀଳା ନାଳକୁ ଯାଇଥିଲା । ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ରବିବାର ସକାଳେ ନାଳ ପାଶ୍ୱର୍ରେ ଖୋଜାଖୋଜି ସମୟରେ କୈଳାସଙ୍କ କ୍ଷତବିକ୍ଷତ ମୃତଦେହ ଭାସୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ । ଚିତ୍ରକୋଣ୍ଡା ଥାନାଧିକାରୀ ଯୁଗଳ ଶବର ଓ ଚିତ୍ରକୋଣ୍ଡା ବନପାଳ ମୃତୁ୍ୟଞ୍ଜୟ ସେଠୀ ପହଞ୍ଚି ଶବ ଜବତ କରିଥିଲେ । କୈଳାସର ମୃତୁ୍ୟରେ ଜଳାସାହିରେ ଶୋକର ଛାୟା ଖେଳିଯାଇଛି । ମୃତ ବାଳକର ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons