୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

Get real time updates directly on you device, subscribe now.

ମୋହନା, (ବି.ବି.ନ୍ୟୁଜ୍): ମୋହନା ପୁଲିସ ସ୍ଥାନୀୟ ବଡସିନ୍ଧବା ଗ୍ରାମ ନିକଟ ରାସ୍ତାରୁ ୧୮୦ କିଲୋ ଗଞେଇ ଜବତ କରିଛି । ଏହାସହ ଗଞେଇ ଚୋରାଚାଲାଣ ଅଭିଯୋଗରେ ମର୍ଦ୍ଦମୂଳି ଗ୍ରାମର ଗୁରୁବାରିଆ ମାଝୀକୁ ଗିରଫ କରି କୋର୍ଟଚଲାଣ କରାଯାଇଛି ବୋଲି ଏସ୍ଡିପିଓ ଅଶୋକ ମହାନ୍ତି ସୂଚନା ଦେଇଛନ୍ତି । ପୁଲିସ ସୂଚନା ଅନୁଯାୟୀ, ସୋମବାର ଅପରାହ୍ନ ଗୋଟାଏ ବେଳେ ମୋହାନା ପୁଲିସର ଏକ ପାଟ୍ରୋଲିଂ ଟିମ୍ ବଡସିନ୍ଧବା ଗ୍ରାମ ନିକଟ ରାସ୍ତାକଡ଼ରେ ଏକ ଜାଗାରେ ପଲିଥିନ୍ ଘୋଡାହୋଇଥିବା ଗଦାକୁ ସନ୍ଦେହ କରି ଯାଞ୍ଚ କରିଥିଲା । ଏହାସହ ନିକଟରେ ଠିଆ ହୋଇଥିବା ଗୁରୁବାରିଆ ମାଝୀକୁ ପଚାରଉଚରା କରାଯାଇଥିଲା । ଯାଞ୍ଚ ବେଳେ ସେଠାରୁ ୧୧ ବସ୍ତା ଗଞେଇ ଜବତ କରାଯାଇଥିଲା । ଯାହାର ଓଜନ ପ୍ରାୟ ୧୮୦ କିଲୋ ଏବଂ ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ । କୌଣସି ଏକ ଗାଡ଼ିରେ ଗଞ୍ଜେଇ ବସ୍ତା ଗୁଡ଼ିକୁ ବ୍ରହ୍ମପୁର ଚାଲାଣ କରାଯିବାକୁ ରଖାଯାଇଥିବା ଏସଡିପିଓ ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଘଟଣାରେ ମୋହନା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons