ବୌଦ୍ଧ,(ବି.ବି.ନୁ୍ୟଜ୍): ଛତିଶଗଡ଼ର ୧୬ ଜଣ ଶ୍ରମିକଙ୍କୁ ଏକ ସ୍ୱତନ୍ତ୍ର ଭ୍ୟାନ୍ ଯୋଗେ ବୌଦ୍ଧ ଜିଲଲା ପ୍ରଶାସନ ପକ୍ଷରୁ ତାଙ୍କ ରାଜ୍ୟକୁ ପଠାଇ ଦିଆଯାଇଛି । ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆନ୍, ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା ଓ ରାତ୍ରି ଆଶ୍ରୟ ସ୍ଥଳୀର କେୟାରଟେକର କୃାପସିନ୍ଧୁ ଷଡଙ୍ଗୀ ଶ୍ରମିକମାନଙ୍କୁ ବିଦାୟ ଦେଇଥିଲେ । ସୂଚନାଯୋଗ୍ୟ, ଏହି ୧୬ ଶ୍ରମିକଙ୍କ ମଧ୍ୟରୁ ୮ ଜଣ ହରଭଙ୍ଗା ବ୍ଲକ ଅନ୍ତର୍ଗତ ତିଲେଶ୍ୱର ପଞ୍ଚାୟତର ଏକ ଇଟା ଭାଟିରେ କାମ କରୁଥିଲେ । ହେଲେ ଲକ୍ଡାଉନ୍ ଯୋଗୁ ଇଟାଭାଟି ବନ୍ଦ ହୋଇଯାଇଥିଲା । ଏମିତିକି ଇଟା ଭାଟି ମାଲିକ ସେମାନଙ୍କୁ ଆଉ ଖାଇବାକୁ ଦେଇ ପାରି ନଥିଲା । ଏହି ଶ୍ରମିକମାନେ ଗତ ୭ ତାରିଖରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଦେଇ ଚାଲି ଚାଲି ଛତିଶଗଡ଼ ଯାଇଥିଲେ । ଏହି ସମୟରେ ବୌଦ୍ଧ ଖୁଣ୍ଟାବନ୍ଧ ନିକଟରେ ପୋଲିସ ସୋମନଙ୍କୁ ଦେଖି ଅଟକାଇଥିଲା । ଏହାପରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ରାତ୍ରି ଆଶ୍ରୟସ୍ଥଳୀଠାରେ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଥିଲା । ଏହି ଶ୍ରମିକମାନଙ୍କ ଘର ଛତିଶଗଡ଼ରେ । ଦୁଇଟି ପରିବାର ୮ ଜଣ ସଦସ୍ୟ ଏଠାରେ ଆସି କାମ କରୁଥିଲେ । ସେହିପରି ଶୁକ୍ରବାର ଛତିଶଗଡ଼ର ଆଉ ୮ ଜଣ ଶ୍ରମିକଙ୍କୁ ହରଭଙ୍ଗା ଅଞ୍ଚଳରୁ ପୋଲିସ ଉଦ୍ଧାର କରିଥିଲା । ଏହାପରେ ସେମାନଙ୍କୁ ବୌଦ୍ଧ ଅଣାଯାଇଥିଲା । ଏହାପରେ ପୂର୍ବରୁ ଅଟକି ରହିଥିବା ଶ୍ରମିକଙ୍କ ସହିତ ୧୬ ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଭ୍ୟାନ୍ ଯୋଗେ ଶୁକ୍ରବାର ଛତିଶଗଡ଼କୁ ପଠାଇଦିଆଯାଇଛି ।
Comments are closed, but trackbacks and pingbacks are open.