ବାଲେଶ୍ୱର,(ବି.ବି.ନୁ୍ୟଜ୍):ବାଲେଶ୍ୱର ପୁଲିସ୍କୁ ଏକ ବଡ଼ ସଫଳତା ମିଳିଛି । ସହଦେବଖୁଣ୍ଟା ଆଦର୍ଶ ଥାନା ପୁଲିସ ୧.୫ କୋଟି ଟଙ୍କାର ବ୍ରାଉନ୍ ସୁଗାର ଜବତ କରିବା ସହ ଜଣକୁ ଅଟକ ରଖିଥିବା ବେଳେ ଏହି ଘଟଣାରେ ଫେରାର ଅନ୍ୟ ଦୁଇଜଣଙ୍କୁ ଜଳେଶ୍ୱର ପୁଲିସ କାବୁ କରିବାରେ ସଫଳ ହୋଇଛି । ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖିବା ସହ ଏକ ୟାମାହା ବାଇକ୍ ଓ ନଗଦ ୯.୪୩ ଲକ୍ଷ ଟଙ୍କା ଜବତ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏ ନେଇ ଆସନ୍ତାକାଲି ବାଲେଶ୍ୱର ପୁଲିସ ପକ୍ଷରୁ ସବିଶେଷ ତଥ୍ୟ ପ୍ରଦାନ କରାଯିବାର ସୂଚନା ମିଳିଛି ।

ଖବରରୁ ପ୍ରକାଶ, ଜଳେଶ୍ୱରରୁ ଏକ ବ୍ରାଉନ୍ ସୁଗାର ର୍ୟାକେଟ୍ ଖୋର୍ଦ୍ଧାକୁ ଦେଢ଼ କିଗ୍ରା ଓଜନର ବ୍ରାଉନ୍ ସୁଗର ନେଇ ଯାଉଥିବା ସହଦେବଖୁଣ୍ଟା ପୁଲିସ୍ ବିଶେଷ ସୂତ୍ରରୁ ଖବର ପାଇଥିଲା । ସେମାନଙ୍କୁ ଧରିବା ପାଇଁ ତୁରନ୍ତ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଶନିବାର ଏହି ର୍ୟାକେଟ୍ର ସଦସ୍ୟମାନେ ସହଦେବଖୁଣ୍ଟା ଥାନା ଅଧୀନ ନୂଆବଜାରଠାରେ ପହଞ୍ଚିଥିଲେ । ପରେ ପୁଲିସ ଚଢଉ କରି ବ୍ରାଉନସୁଗର ଜବତ କରିବା ସହ ଜଣକୁ କାବୁ କରିଥଲା । ତେବେ ଘଟଣାସ୍ଥଳରୁ କୌଶଳ କ୍ରମେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଥିଲେ । ବାଲେଶ୍ୱରରେ ଅଟକ ଥିବା ଯୁବକଜଣକ ସ୍ଥାନୀୟ ଅରଡ଼ବଜାର ଅଞ୍ଚଳର ବୋଲି ଜଣାପଡ଼ିଛି ।
ଦୁଇଜଣ ଫେରାର ହୋଇଯିବା ଖବର ପାଇ ବାଲେଶ୍ୱର ଏସ୍ପି ବି ଯୁଗଳ କିଶୋରଙ୍କ ନିଦେ୍ର୍ଧଶ କ୍ରମେ ଜିଲାର ସମସ୍ତ ପୁଲିସ୍ ଥାନାକୁ ଆଲର୍ଟ ଜାରି କରାଯାଇଥିଲା । ଜଳେଶ୍ୱର ଥାନା ଆଇଆଇସି ପ୍ରଦୀପ କୁମାର ମାଝୀ ଓ ଏଏସ୍ଆଇ ସତ୍ୟନାରାୟଣ ବଳ, ପୁଲିସ୍ ଏଏସ୍ଆଇ ଦିଲ୍ଲୀପ ସାମଲ ରାଜଘାଟଠାରେ ଛକି ରହିଥିଲେ । ପରେ ସନେ୍ଦହରେ ଉକ୍ତ ୨ ଯୁବକକୁ ପିଛାକରି ଜଳେଶ୍ୱର ଝାଡେଶ୍ୱରପୁରସ୍ଥିତ ହିରୋ ସୋ ରୁମ୍ ସମ୍ମୁଖରେ ଧରିଥିଲେ । ଜଳେଶ୍ୱରରେ ଗିରଫ ହୋଇଥିବା ୨ ଯୁବକ ହେଉଛନ୍ତି ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ସେକ୍ ହାଇଦର ଅଲ୍ଲି ଓ ତାର ସହଯୋଗୀ ମନୋଜ କୁମାର ସାହୁ ଓରଫ ଗେନୁ ବୋଲି ଜଣାଯାଇଛି । ଗେନୁର ଘର ବାଲିଆପାାଳ ଅଞ୍ଚଳରେ । ସେମାନଙ୍କ ନିକଟରୁ ନଗଦ ୯ଲକ୍ଷ ୪୩ହଜାର ଟଙ୍କା ପୁଲିସ୍ ଜବତ କରିଥିବା ବେଳେ ଏକ ୟାମାହା ଆର୍-୩ ଓଡି୦୧ଜେଡ୍୪୧୪୨ ବାଇକ୍କୁ ଜବତ କରିଛି ।
ପ୍ରାକାଶଯୋଗ୍ୟ, ବ୍ରାଉନସୁଗାର କାରବାରରେ ଭୁବନେଶ୍ୱରର ଲକ୍ଷ୍ମୀସାଗର ପୁଲିସ କିଛି ଯୁବକଙ୍କୁ ଗୁରୁବାର ଗିରଫ କରିଛି । ସେମାନଙ୍କ ମଧ୍ୟରୁ ବାଲେଶ୍ୱର ଅରଡ଼ବଜାର ସେକ୍ ଛତୁ ରହିଛି । ସେ ଏବେ ଝାରପଡ଼ା ଜେଲ୍ରେ ଅଛି ।
Comments are closed, but trackbacks and pingbacks are open.