୨ଟି ହାତୀଙ୍କୁ ମାରିବା ଘଟଣା, ୩ ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ୍ ଗୁରୁବେଡ଼ା ଜଙ୍ଗଲରେ ୨ହାତୀଙ୍କ ମୃତ୍ୟୁ ଘଟଣା । ହାତୀ ମୃତ୍ୟୁ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୁରୁବେଡ଼ା, ଭୋଳବେଡ଼ା ଗାଁର ଶ୍ରୀଧର ମୁଣ୍ଡା, ବିନ୍ଦରାଇ ମୁଣ୍ଡା ଓ ମାତଲୁ ମୁଣ୍ଡା ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଗତକିଛି ଦିନ ତଳେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ, ଯୋଡ଼ା ନିକଟ ଗୁରୁବେଡ଼ା ରାସ୍ତା ପାଖ ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଦୁଇଟି ହାତୀର ମୃତଦେହ ପଡି ରହିଥିଲା । ମୃତ ହାତୀଙ୍କ ମଧ୍ୟରୁ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ହାତୀଙ୍କ ବୋଲି ଜଣାପଡିଥିଲା । ତେବେ ହାତୀଙ୍କୁ ହତ୍ୟା କରି କେହି ଦୁର୍ବୃତ୍ତ ଅଣ୍ଡିରା ହାତୀର ଦାନ୍ତକୁ କାଟିନେଇଥିବା ସନ୍ଦେହ କରାଯାଉଥିଲା । ବନ ବିଭାଗର ଘଟଣାରେ ତଦନ୍ତ ଜାରି ରଖିଥିଲେ । ଶେଷରେ ଏହି ଘଟଣାରେ ବନ ବିଭାଗ ତଦନ୍ତ କରି ୩ଜଣ ଅଭିଯୁକ୍ତଙ୍କୁ ଗରିଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୁରୁବେଡ଼ା, ଭୋଳବେଡ଼ା ଗାଁର ଶ୍ରୀଧର ମୁଣ୍ଡା, ବିନ୍ଦରାଇ ମୁଣ୍ଡା ଓ ମାତଲୁ ମୁଣ୍ଡା ବୋଲି ଜଣାପଡିଛି । ବାର୍‌ହା ଶିକାର ପାଇଁ ତାର ବିଛାଇଯାଇଥିଲେ । ସେହି ତାର ସଂସ୍ପର୍ଶରେ ଆସି ହାତୀମାନେ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ଅଭିଯୁକ୍ତମାନେ ହାତୀ ଦାନ୍ତ ନେଇନଥିବା କଥା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons