୨ଥାନା ଗାଡ଼ି ଜାଳି ଦେଲେ : ଜଣେ ପୁଲିସ ଆହତ

Get real time updates directly on you device, subscribe now.

ବଡ଼ଚଣା,(ବି.ବି.ନୁ୍ୟଜ): ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ପଞ୍ଚାୟତ ପଣସୁ%ା ଗ୍ରାମ ମାତାମଠ ନିକଟ ଗୋବରୀ ସେତୁ ଉପରେ ଶନିବାର ସନ୍ଧ୍ୟାରେ ପ୍ରମୁଖ ରାଜନୈତିକ ଦଳର ଦୁଇ ଗୋÂୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଖବର ପାଇଁ ବାଲିଚନ୍ଦ୍ରପୁର ପୁଲିସ ସଦଳବଳେ ଦୁଇଟି ପିସିଆର୍ ଭ୍ୟାନ୍ (ଓଡି୦୫କୁ୍ୟ ୭୬୮୬, ଓଆର୍ ୦୫ଏଏ ୧୦୮୨)ରେ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଉଥିବା ସମୟରେ ଉତ୍ତ୍ୟକ୍ତ ଲୋକ ପୁଲିସକୁ ଆକ୍ରମଣ କରିବା ସହିତ ପୁଲିସ ଗାଡ଼ି ଦୁଇଟିରେ ନିଅାଁ ଲଗାଇ ଦେଇଥିଲେ । ଖବର ପାଇ ବାଲିଚନ୍ଦ୍ରପୁର ଥାନା ଅ%ôକାରୀ ସୁକାନ୍ତ କୁମାର ପାତ୍ର ଏକ ପ୍ଳାଟୁନ୍ ପୁଲିସ ନେଇ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ପୁଲିସ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଥିବା ବେଳେ ପୁଲିସ ପକ୍ଷରୁ ସ୍ଥାନୀୟ ପଣସୁ%ା, ଭରତପୁର, ସଦାନନ୍ଦପୁର ଗ୍ରାମରେ ଫ୍ଲାଗ୍ ମାର୍ଚ୍ଚ କରାଯାଉଛି । ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଆକ୍ରମଣକାରୀମାନେ ଫେରାର ହୋଇଯାଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଅଗ୍ନିଶମ ବାହିନୀ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲା ବେଳେ ପୁଲିସ ପିସିଆର୍ ଭ୍ୟାନ୍ ସଂପୂର୍ଣ୍ଣ ଜଳିଯାଇଥିଲା । ଘଟଣା ସ୍ଥଳରେ ଜିଲ୍ଲା ଆରକ୍ଷୀ ଅ%ୀକ୍ଷକ ରାଉଲ ପିଆର୍ ପହଞ୍ଚି ଘଟଣା ସଂପର୍କରେ ଆଲୋଚନା କରିବା ସହିତ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons