୨ପୁଅଙ୍କ ଦେହରେ ନିଆଁ ଲଗାଇ ମାଙ୍କ ଆତ୍ମାହୁରି ଉଦ୍ୟମ

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ,(ବି.ବି.ନୁ୍ୟଜ୍): ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଭୋପାଳ ଗାଁରେ । ଦୁଇ ପୁଅଙ୍କୁ କିରୋସିନି ଢ଼ାଳି ଜାଳିବା ସହ ନିଜେ ମଧ୍ୟ ଆତ୍ମାହୁରି ଉଦ୍ୟମ କଲେ ମା । ହେଲେ ଏଥିରେ କେହି ମୃତାହତ ହୋଇ ନଥିବା ଜଣାଯାଇଛି । ଗୁରୁତର ଅବସ୍ଥାରେ ପ୍ରଥମେ ଦୁଇ ପୁଅ ଓ ମାଙ୍କୁ ରାଜନଗର ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ୮ ବର୍ଷର ବଡ଼ ପୁଅ ଓ ମାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ୩ ବର୍ଷର ସାନ ପୁଅ ରାଜନଗର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । କୌଣସି ପାରିବାରିକ କଳହକୁ ନେଇ ଶୁକ୍ରବାର ବିଳମ୍ବିତ ରାତିରେ ଘର କବାଟ ଦେଇ ନିଆଁ ଲଗାଇ ଥିଲେ ମହିଳା । ବଡ଼ ପୁଅର ଚିକ୍ରାର ଶୁଣି ଘରର ଅନ୍ୟ ସଦସ୍ୟ ଏବଂ ପଡୋଶୀ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ପୋଲିସ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons