୨୦ଫୁଟ ତଳକୁ ଖସିଲା କାର: ଡିକିରୁ ବିପୁଳ ଗଞ୍ଜେଇ ଜବତ

Get real time updates directly on you device, subscribe now.

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ କିଆପଣସି ଛକ ନିକଟରେ ଏକ ବାଇକକୁ ଧକ୍କା ଦେଇ ନୟନଜୋରୀକୁ ଖସି ପଡିଥିବା କାରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ବସ୍ତା ପୋଲିସ । ଶୁକ୍ରବାର ଅପରାହ୍ନରେ ଇନ୍ଦିରା ଛକ ନିକଟରେ ଏକ ବାଇକକୁ ଧକ୍କା ଦେଇ ୨୦ ଫୁଟ ତଳକୁ ଖସି ଯାଇଥିଲା । ପରେ ଖବର ପାଇ ସ୍ଥାନୀୟ ଲୋକେ କାରରେ ଥିବା ଲୋକଙ୍କୁ ଉଦ୍ଧାର କରିବା ସହ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥାନାକୁ ଖବର ଦେଇଥିଲେ ।
ଖବର ପାଇ ଆମାର୍ଦ୍ଦାରୋଡ଼ ଫାଣ୍ଡି ଅଧିକାରୀ ରସାନନ୍ଦ ବେହେରା ଘଟଣା ସ୍ଥଳରେ ପହଞ୍ଚି କାରଟିକୁ ନୟନ ଯୋଡିରୁ କ୍ରେନ୍ ଯୋଗେ ଉଠାଇବା ପରେ ଉକ୍ତ କାରର ପଛପଟ ଡିକିରେ ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ଏହି କାରରେ ଥିବା ଚାଳକଙ୍କୁ ପୋଲିସ ଖୋଜିବା ବେଳକୁ ସେ ଫେରାର ହୋଇଥିବା ଜଣାଯାଇଥିଲା।
କାର୍ ଟି ବାଲେଶ୍ବର ପଟୁ ଜଳେଶ୍ଵର ଆଡକୁ ଯାଉଥିବା ବେଳେ ଉକ୍ତ କାରରେ ନମ୍ବର ପ୍ଲେଟ୍ ନଥିଲା । ତେବେ ଏ ଗାଡିଟି ପଶ୍ଚିମବଙ୍ଗର ମୁର୍ସିଦାବାଦ ଆରଟିଓ ଅଫିସରୁ ରେଜିଷ୍ଟ୍ରେସନ ହୋଇଥିବା ବେଳେ ଗାଡିରେ କୌଣସି ନମ୍ବର ପ୍ଲେଟ୍ ନଥିବା ଜଣାପଡିଥିଲା । ତେବେ ସକାଳ ସମୟରେ ବସ୍ତା ଥାନା ଅଧିକାରୀ ଅଶୋକ କୁମାର ନାୟକ ଏବଂ ବସ୍ତା ତହସିଲଦାର କାର୍ତ୍ତିକ ଚନ୍ଦ୍ର ଦାସ ପହଞ୍ଚି ମାରୁତି କାରରୁ ୬୨ କିଲୋ ୭୫୦ଗ୍ରାମ ଗଞ୍ଜେଇ ଜବତ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons