ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ଶ୍ରୀ ଶେଖାୱତ ଆସନ୍ତା ୨୧ରେ ଆସି ଭୁବନେଶ୍ୱର ହୋଟେଲ ନୁ୍ୟ ମ୍ୟାରିଅନଠାରେ ସକାଳ ସାଢେ଼ ୧୦ଟାରେ ଏକ ସମ୍ମିଳନୀରେ ଯୋଗଦେବେ । ଜମ୍ମୁ-କାଶ୍ମୀରରୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିବା ଅନୁଛେଦ ୩୭୦ ଓ ୩୫ (ଏ) ସଂର୍ପକରେ ସେ ଆଲୋଚନା କରିବେ । ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଗୋଲକ ମହାପାତ୍ର ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଜମ୍ମୁ-କାଶ୍ମୀରରେ ଅନୁଛେଦ ୩୭୦ ଓ ୩୫ (ଏ) ଉଠିବା ପରେ ତାର ଉବଲବ୍ଧି ସମ୍ପର୍କରେ ଯୁବପିଢ଼ି ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ । ଏହି ଧାରା ହଟିବା ପରେ ଜମ୍ମୁ ଓ କାଶ୍ମୀର ବାସିନ୍ଦାଙ୍କ ଜୀବନଶୈଳୀରେ ଏବେ କିଭଳି ପରିବର୍ତ୍ତନ ଆସିଛି, ସେ ନେଇ ଜନସାଧାରଣମାନଙ୍କୁ ଅବଗତ କରାଇବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
Comments are closed, but trackbacks and pingbacks are open.