୨୩ କରୋନା ଆକ୍ରାନ୍ତ ଚିହ୍ନଟ: ୪୩୭ ରେ ପହଞ୍ଚôଲା ସଂଖ୍ୟା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ଆଉ ୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂକ୍ୟା ୪୩୭ରେ ପହଞ୍ଚିଛି । ଏହି ନୂଆ ୨୩ ଟି କେସ୍ ମଧ୍ୟରୁ ବାଲେଶ୍ୱରରେ ସର୍ବାଧିକ ୧୫ ଟି ରହିଛି । ସେହିପରି ଗଞ୍ଜାମ ଓ ଯାଜପୁରରେ ଆଉ ୩ ଲେଖାଏଁ ଅକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀ ଓ ବୌଦ୍ଧରେ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି ।୧୫ଟି ନୂଆ କେସ୍ ସହିତ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭ ରେ ପହଞ୍ଚିଥିବା ବେଳେ ଗଞ୍ଜାମରେ ୧୫୭ ରେ ପହଞ୍ଚି ଯାଇଛି । ସେହିପରି ଯାଜପୁରରେ ଆକ୍ରାନ୍ତ ସଂଖ୍ୟା ୬୪ ରେ ପହଞ୍ଚିଥିବା ବେଳେ ପରୀରେ ଓ ବୌଦ୍ଧ ୫ରେ ପହଞ୍ଚିଛି । ସୂଚନାଯୋଗ୍ୟ, ରାଜ୍ୟର ୪୩୭ ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩ ଜଣଙ୍କ ମୃତୁ୍ୟ ଘଟିଛି । ବାକି ୩୪୯ ଜଣ ଚିକିତ୍ସାଧୀନ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons