ଚାରିଛକ,(ବି.ବି.ନୁ୍ୟଜ୍): ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ହରଭଙ୍ଗା ଯୁକ୍ତ ଦୁଇ ଜୁନିୟର କଲେଜ ନିକଟରେ ବୁଧବାର ଅପରାହ୍ନ ପ୍ରାୟ ୧ଟାରେ ଏକ ସ୍କୁଟି ସହିତ ବାଇକ୍ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଦ୍ୱୟ ହେଲେ ହରଭଙ୍ଗାର ପ୍ରଶାନ୍ତ ନାୟକ(୨୫) ଓ ଗଣ୍ଡିସର ଗାଁର ସାନୁ ବେହେରା (୧୮) । ଆହତ ଜଣକ ହେଲେ ହରଭଙ୍ଗାର ଅଜିତ ଭୋକ୍ତା ।
ଏକ ସ୍କୁଟିରେ ପ୍ରଶାନ୍ତ ଓ ଅଜିତ ହରଭଙ୍ଗା ପଟରୁ ଛତ୍ରଙ୍ଗକୁ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଗଣ୍ଡିସର ଗାଁର ସାନୁ ବେହେରା ଏକ ବାଇକ୍ରେ ଆସୁଥିଲେ । ହରଭଙ୍ଗା ପଞ୍ଚାୟତ କଲେଜ ନିକଟ ବୁକେଶିଙ୍ଗା ରାସ୍ତାରେ ସ୍କୁଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ପ୍ରଶାନ୍ତଙ୍କ ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ୨ଜଣଙ୍କୁ ପୁରୁଣାକଟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସାନୁ ବେହେରାଙ୍କ ମୃତୁ୍ୟ ହୋଇଥିଲା । ଅଜିତଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । ହରଭଙ୍ଗା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.