ରାଜନଗର,(ବି.ବି.ନୁ୍ୟଜ୍): ରାଜନଗର ବ୍ଲକ ଅଞ୍ଚଳରେ ଆଜି ମଧ୍ୟାହ୍ନରେ ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି । ଏହି ପ୍ରଚଣ୍ଡ ଘୂର୍ଣ୍ଣିଝଡ଼ ପ୍ରଭାବରେ ବ୍ଲକର ରଙ୍ଗଣୀ, ତାଳଚୁଆ, ବାଘମାରୀ ଆଦି ୩ଟି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଝଡ଼ ବେଙ୍ଗମାରି ପୋଲ ପାଖରେ ଥିବା ସେକ୍ ହରୁନଙ୍କ କ୍ୟାବିନ୍କୁ ଉଡ଼ାଇ ନେଇ ୩୦ ଫୁଟ୍ ଦୂରରେ ଫୋପାଡି ଥିବା ବେଳେ ୩ଟି ପଞ୍ଚାୟତର ଶତାଧିକ ଚାଳ ଓ ଆଜ୍ବେଷ୍ଟସ୍ ଉଡ଼ାଇ ନେଇଛି । ଅପରାହ୍ନରେ ପ୍ରଶାସନିକ ଅଧିକାରୀମାନେ ବିପନ୍ନଙ୍କୁ ଭେଟି ସହାୟତା ଯୋଗାଇ ଦେଇଛନ୍ତି ।
ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ହଠାତ୍ ବର୍ଷା, ପବନ ଆରମ୍ଭ ହୋଇଥିଲା । ପରେ ଏହା ଘୂର୍ଣ୍ଣିଝଡ଼ ରୂପ ନେଇ ବ୍ଲକର ରଙ୍ଗଣୀ ପଞ୍ଚାୟତର ଚାଅାଁରାକୋଲ୍ଲା, ସୌରେନ୍ଦ୍ରପୁର, ବାଘମାରୀ ପଞ୍ଚାୟତର ବାଘମାରୀ, ତାଳଚୁଆ ପଞ୍ଚାୟତର ବୀରଭଞ୍ଜପୁର, ଟିକାୟତନଗର ଅଞ୍ଚଳରେ ତାର ରୂପ ଦେଖାଇଥିଲା । ଘୂର୍ଣ୍ଣିଝଡ଼ ଯୋଗୁଁ ଚାଅାଁରାକୋଲ୍ଲା ଗାଁର ସୌମ୍ୟ ମୁର୍ମୁ, କାଳିପଦ ମୁର୍ମୁ, ଦାମୋଦର ମୁର୍ମୁ, ମହେନ୍ଦ୍ର ମୁର୍ମୁ ପ୍ରମୁଖ ୪ଟି ପରିବାରର ଆଜ୍ବେଷ୍ଟସକୁ ଉଡ଼ାଇ ନେଇଛି । ସେହି ଗାଁର ବାସୁଦେବ ଜାନାଙ୍କ ଗୁହାଳ ଘର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା । ଘର ଭିତରେ ଥିବା ଗାଈ ଓ ବଳଦକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଟୁରିଆ ଟୁଡୁ ଓ ରଜନୀକାନ୍ତ ଗିରିଙ୍କ ଚାଳ ଛପର ଉଡ଼ାଇ ନେଇଛି । ଚାଅାଁରାକୋଲ୍ଲା ଗାଁର ସ୍ୱର୍ଣ୍ଣଲତା ଗିରି, ରାମକୃଷ୍ଣ ଗିରି, ରାଧାକୃଷ୍ଣ ଗିରି, ଗଣପତି ଜେନାଙ୍କ ଚାଳ ଛପରକୁ ଉଡ଼ାଇ ନେଇଛି । ତାଳଚୁଆ ପଞ୍ଚାୟତର ବୀରଭଞ୍ଜପୁର ଗାଁର ସେକ୍ ଫିରୋଜ, ସେକ୍ ହାଜି, ସେକ୍ କରୁନ, ସେକ୍ ହାରୁନ, ସେକ୍ କରିମ ଓ ଟିକାୟତନଗର ଗାଁର କାଳିପଦ ମଣ୍ଡଳଙ୍କ ଘରର ଛପର ଉଡ଼ାଇ ନେଇଛି । ବୀରଭଞ୍ଚପୁର ଗାଁର ସେକ୍ ହରୁନ ବେଙ୍ଗମାରି ପୋଲ ପାଖରେ ଏକ କ୍ୟାବିନ ପକାଇ ବ୍ୟବସାୟ କରିଥାନ୍ତି । ଘୂର୍ଣ୍ଣିଝଡ଼ ତାଙ୍କ କ୍ୟାବିନକୁ ଉଡ଼ାଇ ନେଇ ୩୦ ଫୁଟ୍ ଦୂରରେ ଫୋପାଡ଼ି ଦେଇଛି । ବାଘମାରୀ ପଞ୍ଚାୟତର ବାଘମାରୀ ଗାଁର ରବିନ୍ଦ୍ର ପାଟ୍ଟାଙ୍କ ଆଜ୍ବେଷ୍ଟସ ଘରକୁ ଉଡ଼ାଇ ନେଇଥିବା ବେଳେ ଘର ବାହାରେ ଥିବା ଧାନ ଅମାରକୁ ଉଡ଼ାଇ ନେଇଛି । ଫଳରେ ପ୍ରାୟ ୧୦ କ୍ୱିଣ୍ଟାଲ ଧାନ ନଷ୍ଟ ହୋଇଛି । ବାଘମାରୀ ଗାଁର ପ୍ରଭାତ ମଣ୍ଡଳ, ଭାନୁ ପରିଡା, ଭାସ୍କର ମାଇତି, ବିରେନ୍ଦ୍ର ଖାଣ୍ଡା, ସୁରେଶ ମାଇତି, ରବିନ୍ଦ୍ର ଖାଣ୍ଡା ପ୍ରମୁଖଙ୍କ ଚାଳ ଛପର ବହୁ ଦୂରକୁ ଉଡ଼ାଇ ନେଇଛି । ବର୍ଷା ପାଣିରେ ଘରର ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି । ବୀରଭଞ୍ଜପୁର ଗାଁରେ ଆମ ଗାଁ ଆମ ବିକାଶ ଯୋଜନାରେ ମା’ ଶୀତଳା ଯୁବକ ସଂଘର ଘର ନିର୍ମାଣ ଚାଲିଥିଲା । ଘରର କାନ୍ଥ ବି ଭାଙ୍ଗି ଯାଇଛି ।
ଘୂର୍ଣ୍ଣିଝଡ଼ର ଅଧଘଣ୍ଟା ପରେ ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ଶ୍ରୀକାନ୍ତ କୁମାର ବାରିକ ବିପନ୍ନଙ୍କ ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି । ରଙ୍ଗଣୀ ସରପଞ୍ଚ ରଶ୍ମୀରେଖା ଦଳାଇ, ସମିତିସଭ୍ୟା ଲୋପାମୁଦ୍ରା ଜେନା, ବାଘମାରୀ ସରପଞ୍ଚ ମୁକ୍ତିକାନ୍ତ ପାତ୍ର, ସମିତିସଭ୍ୟା କବିତା ରାଣୀ ମାଇତି, ତାଳଚୁଆ ସରପଞ୍ଚ ନିରଞ୍ଜନ ବେରା ବିପନ୍ନଙ୍କ ନିକଟରେ ପହଞ୍ଚି ଚୁଡ଼ା ଓ ବିସ୍କୁଟ୍ ଯୋଗାଇ ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିଦେ୍ର୍ଧଶକ୍ରମେ ବିଡିଓ ମନ୍ଦରଧର ମହାଳିକ, ତହସିଲଦାର ଭୋଳାନାଥ ସେଠୀ ବିପନ୍ନଙ୍କ ନିକଟରେ ପହଞ୍ଚି ପଲିଥିନ୍ ସହିତ ସମ୍ପୂର୍ଣ୍ଣ ଘର ଭାଙ୍ଗିଥିବା ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ତକ୍ରାଳ ସହାୟତା ଯୋଗାଇ ଦେଇଛନ୍ତି । ଘର ଛପର ଉଡ଼ିଗଲା ପରେ ବର୍ଷା ଯୋଗୁଁ ବିପନ୍ନ ଘରେ ରହିବା ସ୍ଥିତିରେ ନାହାନ୍ତି । ବିପନ୍ନଙ୍କୁ ସ୍ଥାନୀୟ ରେଡ୍କ୍ରସ ଘରେ ରଖାଯାଇ ରାତ୍ରିରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି ବିଡିଓ ଶ୍ରୀ ମହାଳିକ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.