ଢେଙ୍କାନାଳ,(ବି.ବି.ନୁ୍ୟଜ): ଢେଙ୍କାନାଳ ସଦର ତହସିଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ମଙ୍ଗଳବାର ସକାଳେ ଅତିରିକ୍ତ ତହସିଲ୍ଦାର ନିଜ ବାସଭବନରେ ଜଣେ ପଥର ବ୍ୟବସାୟୀଙ୍କର ଟ୍ରାଞ୍ଜିଟ୍୍ ପାସ୍ କରାଇ ଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଛି । ତାଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି । ଗିରଫ ଅଧିକାରୀଙ୍କର ଏହା ମାସିକିଆ ବଟି ଏବଂ ଏଥିରେ କାର୍ଯ୍ୟାଳୟର ଏକାଧିକ ଅଧିକାରୀ ସଂପୃକ୍ତି ଥିବା ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ, ଢେଙ୍କାନାଳ ସଦର ତହସିଲ୍ରେ ଅତିରିକ୍ତ ତହସିଲଦାର ଭାବେ ଲକ୍ଷ୍ମଣ ଦଳେଇ ଗତ କିଛିବର୍ଷ ହେଲା ଦାୟିତ୍ୱରେ ରହିଛନ୍ତି । ସଦର ତହସିଲ ଅନ୍ତର୍ଗତ ସପ୍ତଶଯ୍ୟା ପଞ୍ଚାୟତ ପାତ୍ରଭାଗ ଗ୍ରାମର ଦିଲ୍ଲୀପ ସେନାପତି ନାମକ ଜଣେ ପଥର ବ୍ୟବସାୟୀଙ୍କ ଠାରୁ ବେଆଇନ୍ ଖଣିର ମାସିକିଆ ଟ୍ରାଞ୍ଜିଟ୍ ପାସ୍ ଦେବା ନିମନ୍ତେ ସହରର ଦୋଳମଣ୍ଡପସାହିସ୍ଥିତ ଭଡ଼ାଘରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିଥିଲେ । ଅଭିଯୋଗକାରୀ ଦିଲ୍ଲୀପ ସେନାପତିଙ୍କ କହିବା ଅନୁଯାୟୀ, ଶ୍ରୀ ଦଳେଇ ପୂର୍ବରୁ ମାସିକିଆ ୧୦ହଜାର ଟଙ୍କା ମାଗୁଥିଲେ । ପର ମୁହୂର୍ତ୍ତରେ ତାହା ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇଥିଲା । ଗତ କିଛିଦିନ ମଧ୍ୟରେ ପୁନର୍ବାର ଏହା ୩୦ ହଜାର ଟଙ୍କାକୁ ବୃଦ୍ଧି କରି ତାଙ୍କୁ ବାରମ୍ବାର ଟଙ୍କା ଦେବାପାଇଁ ଚାପ ସୃଷ୍ଟି କରିଥିଲେ । ଏହାକୁ ନେଇ ସେ ଢେଙ୍କାନାଳ ଭିଜିଲାନ୍ସ ବିଭାଗକୁ ଯୋଗାଯୋଗ କରିଥିଲେ । ଢେଙ୍କାନାଳ ଭିଜିଲାନ୍ସ ବିଭାଗର ଇନିସ୍ପେକ୍ଟର ଅନିରୁଦ୍ଧ ନାୟକ କଟକ ଭିଜିଲାନ୍ସ ବିଭାଗର ଏସ୍ପି ଅଭିରାମ କରଙ୍କୁ ଅବଗତ କରିଥିଲେ । ଏସ୍ପିଙ୍କର ନିଦେ୍ର୍ଧଶରେ କେନ୍ଦ୍ରାପଡା ଭିଜିଲାନ୍ସ ଡିଏସ୍ପି ସୁରେନ୍ଦ୍ର ନାଥ ରାୟଗୁରୁଙ୍କ ନେତୃତ୍ୱରେ ମଙ୍ଗଳବାର ସକାଳେ ପୂର୍ବ ଯୋଜନା ଅନୁଯାୟୀ ଟଙ୍କା ଦେଣନେଣ ସମୟରେ ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇଙ୍କୁ କାବୁ କରାଯାଇଥିଲା । ଏଥିସହିତ ତାଙ୍କ ବଡ଼ମ୍ବାସ୍ଥିତ ପୈତୃକ ଘର, ସଦର ତହସିଲ୍ କାର୍ଯ୍ୟାଳୟ, ଢେଙ୍କାନାଳ ସହର ଦୋଳମଣ୍ଡପସାହିରେ ଥିବା ଭଡ଼ାଘରକୁ ମଧ୍ୟ ଯାଞ୍ଚ କରାଯାଇଥିଲା । ରଙ୍ଗେ ହାତରେ ଧରାପଡ଼ିବା ପରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ୍ କରି କୋର୍ଟଚାଲାଣ କରିଛି । ଜାମିନ୍ ନାମାଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ତେବେ ଶ୍ରୀ ଦଳେଇ ଗିରଫ ହେବାପରେ ସଦର ତହସିଲ୍ରେ ଚାଲିଥିବା ବିଭିନ୍ନ ଦୁର୍ନୀତି ନେଇ ଏବେ ଚର୍ଚ୍ଚା ଆଲୋଚନା ଜୋର୍ ଧରିଛି । ଏହି ଲାଞ୍ଚ କାରବାରରେ ବଡମୁଣ୍ଡ ସଂପୃକ୍ତ ରହିଥିବା ଚର୍ଚ୍ଚା ହେଉଛି । ଗିରଫ ପରେ ଶ୍ରୀ ଦଳେଇ ସଫେଇ ଦେବାକୁ ଯାଇ ଏହି ଟଙ୍କା ପଥର ବ୍ୟବସାୟୀଙ୍କଠାରୁ ଫାଇନ୍ ଆକାରରେ ନିଆଯାଉଥିଲା । ଅଫିସ୍ରେ ନେବାସ୍ଥାନରେ ଘରେ ନେବା ମୋର ଭୁଲ୍ ଥିଲା ବୋଲି ଶ୍ରୀ ଦଳେଇ କହିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ଗତବର୍ଷ ସଦର ତହସିଲ୍ରେ କିଛି ମାସ ତହସିଲ୍ଦାର ପଦବୀ ଖାଲି ପଡିଥିବା ବେଳେ ଶ୍ରୀ ଦଳେଇ ତହସିଲଦାର ଦାୟିତ୍ୱ ମଧ୍ୟ ନିର୍ବାହ କରୁଥିଲେ । ସେ ସମୟରେ ଢେଙ୍କାନାଳ ସହର ଉପକଣ୍ଠ ଭଗବାନପୁର ନିକଟରେ ଏକ ଜଳାଶୟର କିସମକୁ ଘରବାରି ଉଦେ୍ଧଶ୍ୟରେ ବଦଳାଇ ଅର୍ଥ ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଅଦ୍ୟାବିଧି ଉପଜିଲ୍ଲାପାଳଙ୍କ ନିକଟରେ ତଦନ୍ତ ପାଇଁ ପଡ଼ି ରହିଛି । ଶ୍ରୀ ଦଳେଇ ଢେଙ୍କାନାଳ ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡ୍ରିଟ୍ର ମାର୍କେଟ କମ୍ପେ୍ଲr ପାଖରେ ଜାଗା ଲିଜ୍ରେ ନେଇ ଅତ୍ୟାଧୂନିକ ବାସଗୃହ ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ଜଣାଯାଇଛି ।
Comments are closed, but trackbacks and pingbacks are open.