ଫୁଲବାଣୀ, (ବି.ବି.ନୁ୍ୟଜ୍): ଗତ କିଛିଦିନ ମଧ୍ୟରେ ଗୋଛାପଡ଼ା ଓ ସଦର ଥାନା ଅଞ୍ଚଳରୁ ଚୋରି ହୋଇଥିବା ୩ଟି ବାଇକ୍ ଜବତ କରିଛି ଗୋଛାପଡ଼ା ଥାନା ପୁଲିସ । ଏହି ଘଟଣାରେ ଜଣେ ନାବାଳକକୁ ଅଟକ ରଖି ପଚରାଉଚରା ଚଳାଇଛି । ଏନେଇ କେସ୍ ନମ୍ବର ୩୯ା୨୦୨୦ ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା କହିଛନ୍ତି ଗୋଛାପଡ଼ା ଥାନା ଅଧିକାରୀ ତୃପ୍ତି ନାୟକ । ନାବାଳକ ଜଣକ କେତେଦୂର ଏଥିରେ ସମ୍ପୃକ୍ତ ଓ କେଉଁ କାରଣ ଯୋଗୁଁ ସେ ବାଇକ୍ ଚୋରି କରିଥିଲା ସେ ନେଇ ତନାଘନା ଚାଲିଥିବା ଥାନା ସୂତ୍ରରୁ ପ୍ରକାଶ ।
Comments are closed, but trackbacks and pingbacks are open.