କଟକ: ଟାଙ୍ଗୀ ଡ୍ରିମ୍ସ୍ ଛକ ନିକଟରୁ ଆଜି ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଏକ ଗଞ୍ଜେଇ ବୋଝେଇ କାର୍ ଜବତ କରିଛି । ଉକ୍ତ ଗାଡ଼ିରୁ ୬୩ କେଜି ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଜବତ ଗାଡ଼ିରେ ଗଭରମେଣ୍ଟ ଅଫ୍ ଓଡିÿଶା ପଞ୍ଚାୟତିରାଜ ବିଭାଗ ଲେଖା ହୋଇଥିବା ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଅଧିକାରୀ କହିଛନ୍ତି । ନମ୍ବର ପ୍ଲେଟରେ ସରକାରୀ ମୋହର ମାରି ନିଶା ଚାଲାଣ କରିବା ରହସ୍ୟ ଜାଣିବା ପାଇଁ ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଖୋଳତାଡ଼ ଆରମ୍ଭ କରିଛି । ଅନ୍ୟପକ୍ଷରେ ଏହି ବେଆଇନ୍ ନିଶା ଚାଲାଣ ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ନିଆଳି ଥାନା ଉତ୍ତାରଣ ଅଞ୍ଚଳର ରାକେଶ ବେହେରା (୨୩) ଓ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଶିବ ବେହେରା (୨୧) ।
ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ସୂତ୍ରରୁ ପ୍ରକାଶ, କନ୍ଧମାଳରୁ ଯାଜପୁର ଅଭିମୁଖେ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ଅବକାରୀ କର୍ମଚାରୀମାନେ ଜାଣିବାକୁ ପାଇଥିଲେ । ଉକ୍ତ ଗାଡ଼ିକୁ ଧରିବା ପାଇଁ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଅଧିକାରୀମାନେ ଏନଏଚ୍ରେ ଛକି ରହିଥିଲେ । କାର୍ଟିକୁ ପିଛା କରିବା ମଧ୍ୟରେ କମରସିଆଲ୍ ନମ୍ବର ପ୍ଲେଟ୍ ଉପରେ ଓଡ଼ଶା ସରକାର, ପଞ୍ଚାୟତି ବିଭାଗ ଲେଖା ହୋଇଥିବାରୁ ଅବକାରୀ କର୍ମଚାରୀମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ତଥାପି ଉକ୍ତ ଗାଡ଼ିକୁ ସେମାନେ ପିଛା କରି ଡ୍ରିମସ୍ ଛକ ନିକଟରେ କାବୁ କରିଥିଲେ । ଗାଡ଼ି ଡିକି ଖୋଲି ଯାଞ୍ଚ୍ କରିବାରୁ ଗଞ୍ଜେଇ ବସ୍ତା ମିଳିଥିଲା । ଘଟଣାସ୍ଥଳରୁ ୨ ଜଣଙ୍କୁ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରାକେଶ ଗାଡ଼ି ମାଲିକ ହୋଇଥିବା ବେଳେ ଶିବ ଚାଲାଣକାରୀ ବୋଲି ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଅଧିକାରୀ କହିଛନ୍ତି । ଅଭିଯୁକ୍ତ ରାକେଶ ଦୀର୍ଘଦିନ ହେଲା ପଞ୍ଚାୟତିରାଜ ବିଭାଗରେ ଗାଡ଼ି ଭଡ଼ା ଲଗାଇ ଅଫିସରମାନଙ୍କୁ ନେବା ଆଣିବା ଦାୟିତ୍ୱରେ ଥିଲା । ମାତ୍ର ଗାଡ଼ି ଭଡ଼ା ସରକାରୀ ତହବିଲ୍ରୁ ଯେତିକି ମିଳୁଥିଲା, ତାର ୫ ଗୁଣା ଅଧିକ ଅର୍ଥ ଗଞ୍ଜେଇ ଚାଲାଣରେ ମିଳୁଥିଲା ବୋଲି ସେ ସ୍ୱୀକାର କରିଛି । ଅଧିକ ଟଙ୍କା କମାଇବା ଲୋଭରେ ସେ କିଛି ମାସ ହେଲା ପଞ୍ଚାୟତିରାଜ ସଂସ୍ଥାରୁ ଗାଡ଼ିକୁ ବାହାର କରି ଗଞ୍ଜେଇ ଚାଲାଣରେ ବ୍ୟବହାର କରୁଥିଲା । ମାତ୍ର ଗାଡ଼ି ନମ୍ବର ପ୍ଲେଟରେ ଓଡ଼ିଶା ସରକାର, ପଞ୍ଚାୟତିରାଜ ବିଭାଗ ଲେଖାକୁ କାଢିନଥିଲା । ସରକାରୀ ମୋହରର ନମ୍ବର ପ୍ଲେଟରେ ଲେଖାଥିବାରୁ କାର୍ ଉପରେ କାହାରି ସନେ୍ଦହ ଆସୁନଥିଲା । ବିଭିନ୍ନ ଟୋଲ ଗେଟ୍ରେ ଦେୟ ନଦେଇ ବିଭିନ୍ନ ସମୟରେ ଖସୁଥିଲା । ଏହି ଗଞ୍ଜେଇ ଧରପଗଡ଼ରେ ଡେପୁଟି ସୁପରିଟେଣ୍ଡେଣ୍ଟ୍ ସିଦେ୍ଧଶ୍ୱର ବେହେରା, ଇନ୍ସପେକ୍ଟର ସୁଶାନ୍ତ କୁମାର ପାଢୀ, ମନୋଜ ପରିଡ଼ା, ଉମାକାନ୍ତ ସ୍ୱାଇଁ, ଏସ୍ଆଇ ସଚିନ୍ ବହେରା, ମନିଶା ଭୋଳ, ଏଏସଆଇ ନଟବର ମଲ୍ଲିକ୍ ପ୍ରମୁଖ ସାମିଲ୍ ଥିଲେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.