କୁକୁଡ଼ାଖଣ୍ଡି, (ବି.ବି.ନ୍ୟୁଜ୍): ବ୍ରହ୍ମପୁର ସଦର ଥାନା ପୁଲିସ ସୋମବାର ରାତିରେ ନିମଖଣ୍ଡି ଫାଣ୍ଡି ଅଧୀନରେ ଭୈରବୀନଗରରେ ଚାଲୁଥିବା ଏକ ବେଆଇନ ଗୁଟ୍ଖା ଫ୍ୟାକ୍ଟ୍ରି ଉପରେ ଚଢ଼ଉ କରିଥିଲା । ସେଠାରୁ ୪୦ ବସ୍ତା ଗୁଟ୍ଖା, ୫ ରିଲ୍ ବିଭିନ୍ନ ବ୍ରାଣ୍ଡ୍ର ଜରି ଜବତ କରିଛି ପୁଲିସ । ସେହିପରି ଗୁଟ୍ଖା ପ୍ରସ୍ତୁତିରେ ବ୍ୟବହୃତ ୨ଟି ମେସିନ୍, ଗୋଟିଏ ଷ୍ଟିଚିଂ ମେସିନ୍, ଗୋଟିଏ ଓଜନମାପକ ଯନ୍ତ୍ର ମଧ୍ୟ ଜବତ କରାଯାଇଛି । ସଦର ଥାନାରେ ଏ ନେଇ କେସ୍ ନମ୍ବର ୧୯୬/୫.୮.୨୦୧୯ ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ଡିଏସ୍ପି ଜୟନ୍ତ କୁମାର ମହାପାତ୍ର ଓ ସଦର ଥାନାଧିକାରୀ ଭାବାନନ୍ଦ ପ୍ରଧାନ । ଏଥିରେ ସମ୍ପୃକ୍ତି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ । ସେମାନେ ହେଲେ ଦିବ୍ୟାଂଶୁ ବେହେରା, ଶରତ ବିଶୋଇ ଓ କାଶୀନାଥ ବେହେରା । ଉଲ୍ଲେଖଯୋଗ୍ୟ ଯେ- ବୋରିଗାଁ, ଭୂତପଲ୍ଲୀ ଅଞ୍ଚଳରେ ପୂର୍ବରୁ ଏଭଳି ଚଢ଼ଉ କରାଯାଇ ଥିଲା । ଗୁଟ୍ଖା, ପ୍ରସ୍ତୁତ ସାମଗ୍ରୀ ଜବତ ସହ ମାଲିକଙ୍କୁ ଗିରଫ କରିଥିଲା ପୁଲିସ ।
Comments are closed, but trackbacks and pingbacks are open.