ନବରଙ୍ଗପୁର,(ବି.ବି.ନୁ୍ୟଜ୍): ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ କୋଷାଗୁମୁଡ଼ା ଅଞ୍ଚଳରେ ଚଢାଉ କରାଯାଇ ବ୍ୟାପକ ପୋଚ ନଷ୍ଟ କରାଯିବା ସହ ୪୫୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଏହି ଚଢଉରେ କାହାରିକୁ ଗିରଫ କରାଯାଇନାହିଁ । ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ରଙ୍କ ନିଦେ୍ର୍ଧଶରେ ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଦୀପ ପଟ୍ଟନାୟକଙ୍କ ନେତୃତ୍ୱରେ ସବ୍ଇନ୍ସପେକ୍ଟର ବିପ୍ରଚରଣ ମଣ୍ଡଳ ସଦଳବଳେ କୋଷାଗୁମଡା ବ୍ଲକର ଶୀରାଗୁଡା ଗାଁରେ ଚଢଉ କରିଥିଲେ । ଚଢଉ ବେଳେ ଅବକାରୀ କର୍ମଚାରୀଙ୍କୁ ଦେଖି ମଦ ବେପାରୀମାନେ ଚମ୍ପଟ ମାରିଥିଲେ । ପରେ ଅବକାରୀ ବିଭାଗ ପକ୍ଷରୁ ୬ ହଜାର ୫୦୦ ଲିଟର ମହୁଲ ପୋଚ ନଷ୍ଟ କରିବା ସହ ୪୫୦ ଲିଟର ଦେଶୀ ମଦ କରିଥିଲା ।
Comments are closed, but trackbacks and pingbacks are open.