୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): ସେମିଳିଗୁଡା ପୁଲିସ୍ ହାତରେ ଧରାପଡିଛି ୯ କ୍ୱିଣ୍ଟାଲ ୨୧ କେଜି ଗଞ୍ଜେଇ । ଏହାର ମୂଲ୍ୟ ପ୍ରାୟ ୪୫ ଲକ୍ଷ ଟଙ୍କା ହେବ । କାରବାରରେ ସଂପୃକ୍ତ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଛନ୍ତି । କେବଳ ଜଣକୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଅନ୍ୟମାନଙ୍କୁ ଚିହ୍ନଟ କରାଯାଇଥିବା ପୁଲିସ୍ କହିଛି ।
ପୁଲିସ୍ ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ଗୋଟାଏ ବେଳେ ପୁଲିସ୍ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା । ଏହି ସମୟରେ କକ୍ରିଗୁଡା-ପଖଝୋଲା ରାସ୍ତାରେ ଚଢଉ କରାଯାଇଥିଲା । ଚଢଉ ବେଳେ ଗୋଟିଏ ଟ୍ରକ୍ (ଏଚ୍ଆର୍-୫୫ଆର୍-୩୧୦୬), ଗୋଟିଏ ପିକ୍ଅପ୍ ଭ୍ୟାନ୍ (ଓଆର୍-୧୦ଏଚ୍-୧୦୭୪) ଏବଂ ଏକ ବାଇକ୍ ଜବତ କରାଯାଇଥିଲା । ଉଭୟ ଗାଡିରୁ ଉପରୋକ୍ତ ଗଞ୍ଜେଇ ଜବତ କରାଯାଇଥିଲା । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଫେରାର୍ ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons