୪ ଟାଇଲ୍ ଚୋର ଗିରଫ

Get real time updates directly on you device, subscribe now.

ଜୟପୁର: ନିର୍ମାଣାଧୀନ ଏକ ଘରୁ ଟାଇଲ୍ ଚୋରି ଅଭିଯୋଗରେ ସଦର ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଗଡ଼ପଦର ପଞ୍ଚାୟତ ଦୁବୁଲିର ରାଜୁ ଖରା(୩୫), ଘାସି ପରଜା(୧୯), ଅଭି ପରଜା(୨୨) ଏବଂ ଡମ୍ବରୁ ପରଜା(୧୮) । ସେମାନଙ୍କଠାରୁ ଚୋରି ସାମଗ୍ରୀ ଜବତ କରାଯାଇଛିି । ଜବତ ଟାଇଲ୍ର ମୂଲ୍ୟ ୪୭ ହଜାର ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନମିଳିବାରୁ ଜେଲ ପଠାଇ ଦିଆଯାଇଥିବା ଓଆଇସି ଆଦିତ୍ୟ ମହାକୁଡ଼ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ବାରିଣିପୁଟର ଗଙ୍ଗାଧର ଧଳ(୬୫) ଦୁବୁଲିରେ ଏକ ଘର ତିଆରି କରୁଛନ୍ତି । ଚଟାଣରେ ପକାଇବା ଲାଗି ୧୬ ପ୍ୟାକେଟ୍ ବଡ଼ ଏବଂ ଛୋଟ ଟାଇଲ୍ କିଣି ରଖିଥିଲେ । ଗତ ୨୬ ତାରିଖ ସନ୍ଧ୍ୟାରେ ତାଙ୍କ ଘରୁ ତାଲା ଭାଙ୍ଗି କେତେକ ଦୁର୍ବୃତ୍ତ ଟାଇଲ୍ ଚୋରାଇ ନେଇଥିବା ସେ ଜାଣିବାକୁ ପାଇଲେ । ଯେଉଁଥିରେ ଥିଲା ୧୩ଟି ଛୋଟ(୧୦ଟି ଲେଖାଏଁ) ଏବଂ ୩ଟି ବଡ଼(୪ଟି ଲେଖାଏଁ) ପ୍ୟାକେଟ୍ । ଆଜି ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଉପରୋକ୍ତ ୪ ଅଭିଯୁକ୍ତ ଟାଇଲ୍ ଚୋରାଇ ନେଇ ଘରେ ରଖିଥିବା ସ୍ୱୀକାର କରିଥିଲେ । ସେମାନଙ୍କ ପାଖରୁ ଟାଇଲ୍ ଜବତ କରାଯାଇଥିଲା । ଏଏସ୍ଆଇ ମନୋରଞ୍ଜନ ସାହୁ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons