ଭଦ୍ରକ,(ବି.ବି.ନୁ୍ୟଜ): ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ମଙ୍ଗଳବାର ରାତି ୨ଟା ୩୦ମିନିଟ୍ ବେଳେ ରାଣୀତାଲ ନିକଟରୁ ବାଇକ୍ରେ ଆସୁଥିବା ଜଣେ ଯୁବକଙ୍କ ନିକଟରୁ ୫ ଶହ ୧୬ ଗ୍ରାମର ବ୍ରାଉନ୍ସୁଗର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ କହିଛି । ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଥାନାକୁ ନେଇ ମାରାଥନ ଜେରା କରିଛି । ଜେରା ପରେ ଏହି କାରବାରର ସମ୍ପୃକ୍ତ ଥିବା ଦୁଇ ମହିଳା ସମେତ ୭ ଜଣକୁ ଗିରଫ କରି ଜେଲ ପଠାଇଛି ।
ଭଦ୍ରକ ବ୍ଲକ ଗେଲପୁର ପଞ୍ଚାୟତ ସାମରାଇପୁର କେନାଲ ରୋଡ୍ରେ ରହୁଥିବା ରମାକାନ୍ତ ଦାସଙ୍କ ପୁଅ ସରୋଜ ଦାସ(ସତୁରା) ଦୀର୍ଘ ବର୍ଷ ହେବ ନିଜ ଘର ପାଖରେ ଡ୍ରଗ୍ସ କାରବାର ଚଳାଇ ଆସୁଛି । ବିଭିନ୍ନ ଆଡ଼କୁ ସେ ବ୍ରାଉନସୁଗର ଯୋଗାଉଥିଲା । ପୁଲିସ ତାକୁ ସ୍କାନରରେ ରଖିଥିଲା । ପୂର୍ବରୁ ସତୁରା ମଧ୍ୟ ଏହି କାରବାରରେ ଧରାପଡ଼ି ଜେଲ ଯାଇଛି । ସତୁରା ପୁଣି ଏହି କାରବାର କରୁଥିବା ନେଇ ଭଦ୍ରକ ଏସ୍ପି ଚରଣ ସିଂ ମିନା କୌଣସି ସୁତ୍ରରୁ ଖବର ପାଇ ଗ୍ରାମାଞ୍ଚଳ ପୁଲିସକୁ ତାକୁ ଧରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ପରେ ପୁଲିସ ସତୁରାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା । ଗତ ୯ ତାରିଖ ରାତିରେ ସତୁରା ଜଳେଶ୍ୱରରୁ ବ୍ରାଉନ୍ସୁଗର ନେଇ ରେଜିଷ୍ଟେ୍ରସନ ନଥିବା ଏକ ବାଇକ୍ ଯୋଗେ ଭଦ୍ରକ ଆସୁଥିଲା । ଏହି ସମୟରେ ଗ୍ରାମାଞ୍ଚଳ ଥାନା ଅଧିକାରୀ ଆଲୋକ ଜେନା ଏବଂ ତାଙ୍କ ଟିମ୍ ସତୁରାଙ୍କୁ କାବୁକରି ୫ଶହ ୧୨ ଗ୍ରାମ ବ୍ରାଉନ୍ସୁଗର ସହ ତା ନିକଟରୁ ବ୍ଲେଡ ଓ ମୋବାଇଲ ଜବତ କରିଥିଲେ । ପରେ ପୁଲିସ ସତୁରାକୁ ଥାନାକୁ ଆଣି ପଚରାଉଚରା କରିଥିଲା । ଏଥିରେ ସଂପୃକ୍ତ ଥିବା ଅନ୍ୟ ୬ଜଣ ସହଯୋଗୀଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା । ଗିରଫଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି । ଏହି ଦୁଇ ମହିଳା ସରୋଜ ଦାସ(ସତୁରା)ର ସ୍ତ୍ରୀ ଏବଂ ତାଙ୍କ ଭାଇ ବୋହୂ ବୋଲି ଜଣାପଡ଼ିଛି ।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସାବରଙ୍ଗ ଥାନା ଅନ୍ତର୍ଗତ ବେନ୍ତାଳ ଗ୍ରାମର ଲାଲମହୋନ ଦାସଙ୍କ ପୁଅ ବିପିନ୍ ଦାସ(୨୬), ଧୁଷୁରୀ ଥାନା ଅନ୍ତର୍ଗତ ମଙ୍ଗଳ ପୁର ଅଞ୍ଚଳର ଅରୁଣ ମଲିକ, ଘଣ୍ଟେଶ୍ୱର ଥାନା ଅନ୍ତର୍ଗତ ମଣିପୁର ଅଞ୍ଚଳର ରାମଚନ୍ଦ୍ର ଦାସଙ୍କ ପୁଅ ପ୍ରଶାନ୍ତ ଦାସ(ହଗା, ୩୨), ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୋରକୋରା ଅଞ୍ଚଳର ଭାଗୀରଥି ବେହେରାଙ୍କ ପୁଅ ଦେବାଶିଷ୍ ବେହେରା(ଚିକୁ, ୨୯), ସେହିପରି ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଅଞ୍ଚଳର ସରୋଜଙ୍କ ପନôୀ ସୌଦାମିନୀ ଦାସ(୨୮) ଏବଂ ଏହି ଅଞ୍ଚଳର ମନୋଜ ଦାସଙ୍କ ପନôୀ ପୂର୍ଣ୍ଣିମା ଦାସ(୨୫)ଙ୍କୁ ଗିରଫ କରାଯାଇଛି । ପୁଲିସ ବିପିନ୍ ଦାସଙ୍କଠାରୁ ଗୋଟିଏ ମୋବାଇଲ, ଗୋଟିଏ ଖାଲିଥିବା ମେଗ୍ଜିନ୍, ଗୋଟିଏ ଜୀବନ୍ତ ଗୁଳି ସହ ଏକ ବାଇକ୍ ନଂ ଓଆର୍-୨୨ସି-୮୬୭୧କୁ ଜବତ କରିଛି । ସେହିପରି ଅରୁଣ ମଲ୍ଲିକଙ୍କ ଠାରୁ ମେଗଜିନ୍, ଗୋଟିଏ ଜୀବନ୍ତ ଗୁଳି, ମୋବାଇଲ ଫୋନ୍ ଏବଂ ପଲ୍ସର ବାଇକ(ନଂ ଓଡ଼ି୩୪-ଏମ୍-୮୩୨୩)କୁ ଜବତ କରାଯାଇଥିବା ବେଳେ ପ୍ରଶାନ୍ତ ଦାସଙ୍କ ଠାରୁ ମିଷ୍ଟର ଇଣ୍ଡିଆ ଲେଖାଥିବା ଗୋଟିଏ ଏୟାର ଗନ୍(ବନ୍ଧୁକ), ଗୋଟିଏ ଖାଲିଥିବା ମେଗ୍ଜିନ୍ ସହ ଗୋଟିଏ ମୋବାଇଲ ଜବତ କରାଯାଇଛି । ଦେବାଶିଷ୍ ବେହେରାଙ୍କ ଠାରୁ ମନି ପର୍ସ, ଆଧାରକାଡର଼୍, ପାନକାଡର଼୍, ଡ୍ରାଇଭିଂ ଲାଇସେନ୍ସ, ୨ଶହ ଟଙ୍କା, ମୋବାଇଲ ଫୋନ୍ ସହ ଗୋଟିଏ ଜୀବନ୍ତ ଗୁଳିକୁ ଜବତ କରାଯାଇଛି । ସୌଦାମିନୀ ଦାସଙ୍କ ଠାରୁ ନାଲି ରଙ୍ଗର ୧ଶହ ବ୍ରାଉନ୍ ସୁଗର ପେକିଂ ପେପର, ୨ଟା ଖଣ୍ଡା, ୫ଟା ମୋବାଇଲ, ବେପାରରେ ବ୍ୟବହାର ହେଉଥିବା ଗୋଟିଏ ଡାଏରୀକୁ ଜବତ କରାଯାଇଛି । ପୁର୍ଣ୍ଣିମା ଦାସଙ୍କ ଠାରୁ ନାଲି ରଙ୍ଗର ୧ ଶହ ଖଣ୍ଡ ଛୋଟ ବ୍ରାଉନ୍ ସୁଗର ପେକିଂ ପେପର, ୨ଟା ଖଣ୍ଡା, ୫ଟା ମୋବାଇଲକୁ ଜବତ କରାଯାଇଛି । ଗ୍ରାମାଞ୍ଚଳ ଥାନାରେ କେସ୍ ନଂ ୭୯/୨୧ରେ ମାମଲା ରୁଜୁକରି ସେrସନ୍ ୨୫/୨୭/୨୮ ମୂଳେ ଗିରଫ ହୋଇଥିବା ୭ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଆଗକୁ ଏମାନଙ୍କ ଲିଙ୍କ କାହା ସହ ରହିଛି ଏବଂ ଏମାନଙ୍କୁ କିଏ ଅର୍ଥ ଯୋଗାଉଛି ତାହା ଉପରେ ପୁଲିସ ଖୋଲତାଡ଼ କରୁଥିବା ଆଜିର ସାମ୍ବାଦିକ ସମ୍ମିଳନୀରେ ଏସପି ଚରଣ ସିଂ ମିନା ସୁଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.