୫-ଟି ସଚିବ, ଉନ୍ନୟନ କମିଶନରଙ୍କ ଦିନିକିଆ ରାୟଗଡ଼ା ଗସ୍ତ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଶୁକ୍ରବାର ଦିନିକିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସି ରାୟଗଡ଼ା ଜିଲ୍ଲାରେ କରୋନା ସ୍ଥିତି ଅନୁଧ୍ୟାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାୟଗଡ଼ା ଜିଲ୍ଲା କରୋନା ମୁକ୍ତ ରହିଛି । ଭବିଷ୍ୟତରେ କୌଣସି ରୋଗୀ ଚିହ୍ନଟ ହେଲେ କିଭଳି ତାହାର ମୁକାବିଲା କରାଯିବ ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

ସୂଚନା ଅନୁସାରେ, ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଶ୍ରୀ ପାଣ୍ଡିଆନ ଓ ଶ୍ରୀ ମହାପାତ୍ର ଜେକେପୁରସ୍ଥିତ ହେଲିପ୍ୟାଡ଼ରେ ଓହ୍ଲାଇଥିଲେ । ପରେ ସିଧା ଦୁଇ ଅଧିକାରୀ କୋଭିଡ-୧୯ ମେଡିକାଲକୁ ଯାଇଥିଲେ । ଇଏସଆଇ ଚିକିତ୍ସାଳୟ ପରିସରରେ ଜିଲ୍ଲା ପାଇଁ ହୋଇଥିବା ଶହେ ଶଯ୍ୟା ବିଶିଷ୍ଟ କୋଭିଡ ମେଡ଼ିକାଲ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ଅବସରରେ ଏଠାରେ ୧୦ ଶଯ୍ୟା ବିଶିଷ୍ଟ ଏକ ଆଇସିୟୁ ୟୁନିଟ ସ୍ଥାପନା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏଥିସହ ମେଡ଼ିକାଲ ଅଫିସରଙ୍କ ସହ ସମସ୍ତ ବିଷୟରେ ଆଲୋଚନା କରିଥିଲେ । ମେଡିକାଲ କର୍ମଚାରୀଙ୍କ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ । ଆଇସିୟୁ ନିମନ୍ତେ ରାଜ୍ୟ ସରକାର ସମସ୍ତ ସରଞ୍ଜାମ ପ୍ରଦାନ କରିବେ ବୋଲି ଶ୍ରୀ ପାଣ୍ଡିଆନ କହିଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । ଲୋକଙ୍କ ମଧ୍ୟରେ କରୋନା ସଚେତନତା ଓ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ ।

ରାୟଗଡ଼ା ଜିଲ୍ଲାଦେଇ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଏବଂ ବାହାର ରାଜ୍ୟକୁ ଶ୍ରମିକମାନେ ଚାଲିଚାଲି ଅବା ସାଇକେଲରେ ଫେରୁଛନ୍ତି । ଏଥିରେ ରୋକ୍ ଲଗାଇବାକୁ ନିଦେ୍ର୍ଧଶ ଦେଇଛନ୍ତି ଉଭୟ ଅଧିକାରୀ । ଏହି ଶ୍ରମିକମାନଙ୍କୁ ଉଦ୍ଧାର କରି ନିଜନିଜ ଅଞ୍ଚଳକୁ ଗାଡ଼ିରେ ପଠାଇବା ପାଇଁ ନିଦେ୍ର୍ଧଶ ଦେଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବର୍ତ୍ତମାନ ରାୟଗଡ଼ା ଜିଲ୍ଲାକୁ ଯେଉଁ ଶ୍ରମିକମାନେ ଫେରିଛନ୍ତି ବା ଆଗାମୀ ଦିନରେ ଫେରିବେ । ସେମାନଙ୍କ ହାତକୁ କାମ ଯୋଗାଇ ଦେବାକୁ କହିଛନ୍ତି । ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଶ୍ରମିକଙ୍କୁ ମନରେଗା ଯୋଜନାରେ ସାମିଲ କରିବାକୁ ଦୁଇ ଅଧିକାରୀ ଗୁରୁତ୍ୱ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩୦ ହଜାର ଶ୍ରମିକ ମନରେଗା ଯୋଜନାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଜିଲ୍ଲାପାଳ ଉଭୟ ବରିÂ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି । ଏହି ଦୁଇ ଅଧିକାରୀଙ୍କ ଗସ୍ତ ସମୟରେ ଏସ୍ପି ଡଃ ଶର୍ବଣା ବିବେକ.ଏମ, ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଧଶକ ଅମୃତ ଋତୁରାଜ, ଅତିରିକ୍ତ ଏସ୍ପି ରାମ ପ୍ରସାଦ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ଆର୍ତ୍ତବନ୍ଧୁ ନାୟକ, ଏସ୍ଡିପିଓ ତପନ ନାରାୟଣ ରଥ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons