ରାଜଗାଙ୍ଗପୁର: ସୁନ୍ଦରଗଡ଼ର ରାଇଡ଼ିହି ଅଞ୍ଚଳରୁ ବ୍ରାଉନ ସୁଗର ଜବତ ହେବା ଘଟଣା ଲୋକଲୋଚନରୁ ନଲିଭୁଣୁ ଶନିବାର ରାଜଗାଙ୍ଗପୁର ଅଞ୍ଚଳରୁ ଏକ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ ହୋଇଛି । ଏହି ଘଟଣାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୫୧,୨୧୦ ଟଙ୍କା ଜବତ କରିଛି ।
ରାଜଗାଙ୍ଗପୁର ସହରରେ ଦୀର୍ଘ ଦିନ ହେବ ବ୍ରାଉନ୍ ସୁଗର କାରବାର ଚାଲୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଏହି ନିଶା କାରବାର ଯୋଗୁ ସହରର ଯୁବ ଗୋÂୀ ବିପଥଗାମୀ ହେବା ସହ ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ରହୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବ୍ରାଉନ ସୁଗର ଚୋରା ଚାଲାଣ ହେଉଥିବା ନେଇ ସୂଚନା ପାଇ ରାଜଗାଙ୍ଗପୁର ଥାନା ଅଧିକାରୀ ବିଭତ୍ସ ପ୍ରଧାନଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ସହରର ଜାମପାଲି ବାଇପାସ୍ ଠାରେ ଚଢ଼ଉ କରିଥିଲେ । ବ୍ରାଉନ୍ ସୁଗର ବିକ୍ରି ପାଇଁ ଯାଉଥିବା ବେଳେ ପୁଲିସ ଚଢ଼ଉ କରି ଅଭିଯୁକ୍ତଙ୍କୁ କାବୁ କରିଥିଲା । ଏକ ସ୍କୁଟି ଓ ଦୁଇଟି ବାଇକ ସହ ୫ଜଣ କାରବାରୀଙ୍କୁ ଗିରଫ କରିଥିଲେ । ସେମାନଙ୍କ ନିକଟରୁ ୧୫.୭୦୦ ମିଲିଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଥିଲା । ଅଭିଯୁକ୍ତମାନେ ରାଜଗାଙ୍ଗପୁରର ବିଭିନ୍ନ ଅଞ୍ଚଳର ବୋଲି ଜଣାପଡ଼ିଛି । ରାଜଗାଙ୍ଗପୁର ଥାନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏସ୍ଆଇ ଖଗପତି ବିଶ୍ୱାଳ, ଏସ୍ଆଇ ମୁକୁନ୍ଦ ମୁରାରୀ ପାତ୍ର ଏହି ଚଢ଼ଉରେ ସାମିଲ ଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ଦିଲାବର ଗଞ୍ଜର ଛୋଟୁ (୨୪), ଇଦ୍ଗା ମହଲ୍ଲାର ଏମ୍ଡି ପପ୍ପନ(୩୦), ଭାଟିରୋଡ଼ ବବଲୁ ସମଶେର ଆଲମ (୩୪), ଦିଲ୍ଲାବରଗଞ୍ଜର ଏମ୍ଡି.ଜାଭେଦ (୩୫), ଭାଟ୍ଟାପଡ଼ାର ଏମ୍ଡି ଆବିଦ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏମାନେ ସୁନ୍ଦରଗଡ଼ ପଟକୁ ଯାଉଥିବା ବେଳେ ଧରାପଡ଼ିଥିଲେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.