୬ଜଣ ଲୁଟେରା ଓ ୩ ଦୋକାନୀଙ୍କୁ ଗିରଫ କଲା ପୋଲିସ

Get real time updates directly on you device, subscribe now.

ବାଲେଶ୍ବର : ବାଲେଶ୍ବର ସହଦେବଖୁଣ୍ଟା ପୁଲିସ ସହରର ବିଭିନ୍ନ ସ୍ଥାନରେ ଚଡ଼।ଉ କରି ୩୯ଟି ମୋବାଇଲ ଜବତ କରିବା ସହ ୩ଟି ଚୋରା ବାଇକ ଉଦ୍ଧାର କରିଛି। ସେହିଭଳି ପୁଲିସ ୬ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରିବାସହ ୩ଜଣ ଦୋକାନୀଙ୍କୁ ମଧ୍ୟ ଗିରଫ କରିଛି।
ଲୁଟେରାମାନେ ମୋବାଇଲ ଲୁଟକରି ଏହି ଦୋକାନୀଙ୍କ ନିକଟକୁ ନେଇଥାନ୍ତି। ସେଠାରେ ସେମାନେ ମୋବାଇଲ ଗୁଡ଼କିର ସପ୍ଟଓୟାର ଓ ଆଇ ଏମ୍ ଇ ଟି ନମ୍ବର ପରିବର୍ତନ କରିଦେଇଥାନ୍ତି। ପୂର୍ବରୁ ଲୁଟେରାମାନେ ମୋବାଇଲଗୁଡ଼କୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ପଠାଇଦେଉଥିବା ବଳେ ଏବେ ସେହି କାମ ଏଠାରେ ହୋଇପାରୁଥିବାରୁ ସେମାନେ ଏଠାକର ଦୋକାନୀଙ୍କୁ ମୋବାଇଲ ବିକିଦେଉଛନ୍ତି।
ଏହି ଦୋକାନୀମାନଙ୍କର ଦୋକାନ ସହରର କଂଗ୍ରେସ ଅଫିସ ଗଳି, ଅର୍ଡ଼ର ବଜାର ଓ ମିର୍ଜ।ପୋଖରୀ ନିକଟରେ ରହିଛି। ସେହିଭଳି ଲୁଟେରାମାନେ ସମସ୍ତେ ବାଲେଶ୍ବର ସହର ବୋଲି ଜଣାପଡ଼ଛି। ସେମାନେ ସହରର ବିଭିନ୍ନ ବଜାର ଓ ଜନଗହଳି ସ୍ଥାନରେ ସୁଯୋଗ ଦେଖି ମୋବାଇଲ ଲୁଟ କରିଥାନ୍ତି।
ଗତ ୧୪ତାରିଖ ଦିନ ବାଲିଆର ସୌରଭ ଚୌଧୁରୀଙ୍କର ଏକ ମୋବାଇଲ ଚୋରୀ ହୋଇଥିଲା। ସେ ସହଦେବଖୁଣ୍ଟା ଥାନ।ରେ ଏକ ଅଭିଯୋଗ କରିଥିଲେ । ଏହି ଘଟଣାର ଦତନ୍ତ କରି ପୋଲିସ ଲୁଟେରାଙ୍କୁ ଧରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons