ମାଲକାନଗିରି,(ବି.ବି.ନୁ୍ୟଜ୍): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାରେ ଗତକାଲି ରାତିରେ ନକ୍ସଲମାନେ ଲଙ୍କାକାଣ୍ଡ ଘଟାଇଛନ୍ତି । ଜେସିବି ସମେତ ରାସ୍ତା କାମରେ ନିୟୋଜିତ ୬ଟି ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି । ସୁକମା ଜିଲ୍ଲାର କୋତଣାଗର ଅଞ୍ଚଳରେ ରାସ୍ତା କାମ ଚାଲିଥିଲା । ନକ୍ସଲମାନେ ଏହି କାମକୁ ବିରୋଧ କରୁଥିଲେ । ହେଲେ ରାସ୍ତାକାମ ଜୋରସୋରରେ ଚାଲିଥିବାରୁ ନକ୍ସଲମାନେ ଏପରି କାଣ୍ଡ ଭିଆଇଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ କରୁଛି ।
Comments are closed, but trackbacks and pingbacks are open.